ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆବଶ୍ୟକଠୁ କମ୍ ବର୍ଷା, ଶ୍ରାବଣ ରେ ବୈଶାଖ ର ତାତି

ଚନ୍ଦାହାଣ୍ଡି ରେ ମରୁଡି ଆଶଙ୍କା…

ଚନ୍ଦାହାଣ୍ଡି (ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଧାନଓ ମକା ଚାଷ ହେଉଛି ଚାଷୀ ର ମୁଖ୍ୟ ଜୀବିକା । ହେଲେ ଏଠାରେ ଜଳସେଚନ ର ସୁବିଧା ନାହିଁ।ବର୍ଷା ଉପରେ ନିର୍ଭର କରି ଏଠାରେ ଚାଷ କରିଥାଏ ଚାଷୀ। କିନ୍ତୁ ଗତକିଛି ବର୍ଷ ହେବ ବ୍ଲକ ରେ ବର୍ଷାର ଅଭାବ ଚାଷୀ ଙ୍କୁ ତଳିତଳାନ୍ତ କରିଦେଲାଣି ।।ଚାଷୀ ଚାଷ କାର୍ଯ୍ୟ ଛାଡି ବାହାର ରାଜ୍ୟ କୁ ଦାଦନ ଯିବାକୁ ଗୋଡ କାଢିଲାଣି । ସବୁ ବର୍ଷ ଭଳି ଏଥରବି ଶ୍ରାବଣ ମାସ ସରିବାକୁ ବସି ଥିଲେ ହେ ଆବଶ୍ୟକ ଠାରୁ କମ୍ ବର୍ଷା ହୋଇଛି। ବର୍ଷା ର ଅଭାବ ଯୋଗୁଁ ବ୍ଲକ ରେ ମରୁଡି ଆଶଙ୍କା ଦେଖା ଦେଲାଣି । ସୂଚନା ଅନୁସାରେ ଚଳିତ ବର୍ଷ ଜୁଲାଇ ରେ ନବରଙ୍ଗପୁର ଜିଲ୍ଲା ରେ ହାରାହାରି ୪୫୯୦ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଚନ୍ଦାହାଣ୍ଡି ବ୍ଲକ ରେ ସର୍ବନିମ୍ନ ୨୨୪ ମିମି ବର୍ଷା ହୋଇଛି। ଯାହା ଅନ୍ୟ ବ୍ଲକ ଅପେକ୍ଷା ୫୦ ପ୍ରତିଶତ କମ୍ ବର୍ଷା ହୋଇଛି। ଗତ କିଛି ବର୍ଷ ହେବ ମୌସୁମୀ ରେ ସାରା ଜିଲ୍ଲା ର ବର୍ଷା ରେକର୍ଡ କୁ ତୁଳନା କଲେ ଚନ୍ଦାହାଣ୍ଡି ରେ ଅପେକ୍ଷାକୃତ କମ୍ ବର୍ଷା ହୋଇଛି। ଚଳିତ ବର୍ଷ ଜୁଲାଇ ରେ ହାରାହାରି ୫୦ ପ୍ରତିଶତ କମ୍ ବର୍ଷା ହୋଇଛି।।ଯାହାର ସିଧାସଳଖ ପ୍ରଭାବ ଚାଷ କାର୍ଯ୍ୟ ରେ ପଡିଛି। ଚନ୍ଦାହାଣ୍ଡି ବ୍ଲକ ରେ ମୋଟ ଚାଷ ଜମି ମଧ୍ୟରୁ ସର୍ବାଧିକ ୧୧୭୭୫ ହେକ୍ଟର ଢେପ ଜମି ରହିଛି। ମଧ୍ୟମ ଅଞ୍ଚଳରେ ୨୨୬୧ ହେକ୍ଟର ଓ ସମତଳ ଅଞ୍ଚଳରେ ୧୮୭୪ ହେକ୍ଟର ଜମି ରହିଛି। ବ୍ଲକ ୫୯୨୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ମକା ୨୫୫୫ ହେକ୍ଟର,ମାଣ୍ଡିଆ୧୦୦ ହେକ୍ଟର, ପନିପରିବା ୨୫୦୦ ହେକ୍ଟର ଓ ଡାଲି ଜାତୀୟ ଫସଲ ୨୫୬୦ ହେକ୍ଟର ଏହି ପରି ଖରିଫ ରେ ୧୪ ହଜାର ୩ ଶହ ହେକ୍ଟର ଜମିରେ ଚାଷ ହେଉଛି।ସରକାରୀ ରେକର୍ଡ ଅନୁଯାୟୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ମାଧ୍ୟମ ରେ ୨୧୬୦ ହେକ୍ଟର ସମେତ ଅନ୍ୟାନ୍ୟ ଉତ୍ସରୁ ୪୩୦୦ ହେକ୍ଟର ଜମିରେ ଜଳ ସେଚନ ସୁବିଧାଥିବା କାଗଜରେ ଦର୍ଶା ଯାଇଛି। ତେବେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଚନ୍ଦାହାଣ୍ଡି ବ୍ଲକ ର ୧୪ ଗୋଟି ପଞ୍ଚାୟତ ମଧ୍ୟରୁ କେବଳ ଶରଧାପୁର,ଚନ୍ଦାହାଣ୍ଡି, ପାଟଖଲିଆ ଓ ମୋହରା ପଞ୍ଚାୟତ ର କିଛି ଜମି କୁ ଫୁଲଝରୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ପାଣି ମାଡିଥାଏ । ବାକି ସବୁ ଚାଷ ଜମି ଇନ୍ଦ୍ର ଦେବତା ଙ୍କ ଉପରେ ନିର୍ଭର। ଯେଉଁ ବର୍ଷ ଇନ୍ଦ୍ର ଦେବତା ରୋଷ କରନ୍ତି ସେହି ବର୍ଷ ଚନ୍ଦାହାଣ୍ଡି ବ୍ଲକ ରେ ମରୁଡି ପରିସ୍ଥିତି ଦେଖା ଦେଇଥାଏ। ଆଜକୁ ପ୍ରାୟ ଏକ ସପ୍ତାହ ରୁ ଉର୍ଦ୍ଧ୍ବ ହେବ ଚନ୍ଦାହାଣ୍ଡି ରେ ବର୍ଷା ହେଉନାହିଁ। ଚାଷୀ ମୋଟର ରେ ପାଣି ସିଞ୍ଚନ କରି ତଳିକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଯେଉଁ ଜମିରେ ରୁଆ ସରିଛି ସେହି ଜମି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଫାଟି ଆ କଲାଣି । ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ବ୍ଲକ ର ଚାଷୀ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିକାଶ ର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ତେଲ ବହୁମୁଖୀ ପ୍ରକଳ୍ପ ର ପରିକଳ୍ପନା କରିଥିଲେ । ହେଲେ ରାଜନୀତି ର ଚକ୍ରବ୍ୟୁହରେ ଫସି ରହିଛି ଏହି ପ୍ରକଳ୍ପ । ତେଲନଦୀର ଫଟିକି ଠାରେ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଓଡଶା ସରକାର ନିଷ୍ପତ୍ତି ନେଇଥିଲେ ।ଏହି ପ୍ରକଳ୍ପ ନିର୍ମାଣ ହେଲେ ବ୍ଲକ ର ୧୩ ଟି ପଞ୍ଚାୟତ ର ୯ ହଜାର ରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ବର୍ଷ ସାରା ଜଳ ଯୋଗାଣ ହେବାସହ ୨୦ ମେଗା ଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ ବୋଲି ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାର ଙ୍କ ଜଳସେଚନ ବିଭାଗ ତରଫରୁ କେନ୍ଦ୍ରିୟ ଜଳସେଚନ ଆୟୋଗକୁ ଡିପିଆର ଦାଖଲ କରିଥିଲେ ମଧ୍ୟ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିପାରିନାହିଁ। ଯାହା ମହାନଦୀ ଟ୍ରିବୁନାଲ ରେ ଫସିଥିବା ଫଳରେ ଏହି ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। 2024 ବିଧାନସଭା ନିର୍ବାଚନ କୁ ଆଖିଆଗରେ ରଖି ଚଳିତ ବିଧାନସଭା ଚାଲୁଥିବା ସମୟ ରେ ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ରାଜ୍ୟ ସରକାରଙ୍କୁ ବ୍ଲକର ମାଲଗାଁ , କୁହୁଡି, ରାଜକୋଟ ଏବଂ ବଞ୍ଜାରୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଏହି ଦାବି କେବେ ପୂରଣ ହେବ ଓ ଚାଷୀ ଏହି ପ୍ରକଳ୍ପ ମାଧ୍ୟମରେ କେବେ ଜଳସେଚନ ର ସୁବିଧା ପାଇ ପାରିବେ ତାହା ଦେଖିବା ବାକି ରହିଲା ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ପ୍ରକାଶ କୁମାର ମିଶ୍ର ଙ୍କ କବିତା ହେରାପଞ୍ଚମୀ

ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!