ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାଶ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା/ ପାନପୋଷ କ୍ବାରୀ ସାଇଡିଂ ରେ ଥିବା ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାଶ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବିଶ୍ବାଳଙ୍କ ସଭାପତିତ୍ବ ଓ ବିଜୟ କୁମାର ପ୍ରଧାନ ଓ ବୈକୁଣ୍ଠ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି,ଏସଏମଡିସି ମେମ୍ବର ତଥା ବିଦ୍ୟାଳୟର ପ୍ରତିଷ୍ଠାତା ବୁଟୁ କିଷାନ ଓ ରଘୁନାଥପାଲି ସିଆରସିସି ବିଦ୍ୟୁତଲତା ସୂତାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିଲୀପ ସାରଙ୍କ ଶିକ୍ଷା ଦାନ ଓ କର୍ମ ନିପୁଣତା ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରତିନିଧି ପୀତବାସ କାଣ୍ଡି, କବି ଅଭିରାମ ପ୍ରଧାନ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଶିକ୍ଷକ ସର୍ବଶ୍ରୀ କିଶୋର କୁମାର ସାମଲ,ଅଶୋକ କୁମାର ସାମଲ, ଅମର ମିଶ୍ର, ପ୍ରବୋଧ କୁମାର ଜେନା, ଜୋସ୍ନା ରାୟ, ବିଜୟ କୁମାର ବରାଳ, ବ୍ରହ୍ମାନନ୍ଦ ପାଢୀ, ଅଶୋକ କୁମାର ମାହାନା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ଯ ରଖିଥିଲେ। କବି ଶ୍ରୀ ପ୍ରଧାନ ଓ ଶିକ୍ଷକ ଶ୍ରୀ ପାଢୀ କବିତା ମାଧ୍ୟମରେ ବକ୍ତବ୍ଯ ରଖିଥିଲେ। ପ୍ରାରମ୍ଭରେ ଗୁରୁ ଆନନ୍ଦ ଚନ୍ଦ୍ର ବଳ ଓ ଅଲେଖ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଆରତୀ ଦାସଙ୍କ ରଚିତ ସ୍ବାଗତ ସଂଗୀତ କୁ ବିଦ୍ୟାଳୟର ଛାତ୍ରୀ ମାନେ ଗାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କରମ ଓରାମ, ସରୋଜ ମୁଣ୍ଡାରୀ,ସାହିଲ ଅନୱାର,ରାମ ଓରାମ,ତୁଷାର ନାୟକ, ସ୍ନେହାଶିଷା ଭେଙ୍ଗ୍ରା,ଧନେଶ୍ବରୀ ପ୍ରଧାନ ପ୍ରମୁଖ ଦିଲୀପ ସାରଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଦିଲୀପ ସାରଙ୍କ ୧୯୮୮ ମସିହା ବାସନ୍ତୀ ହାଇସ୍କୁଲର ପୂରାତନ ଛାତ୍ର ସର୍ବଶ୍ରୀ ଯଯାତୀ କେଶରୀ ବିଶ୍ବାଳ,ପ୍ରଦୀପ କୁମାର ଜେନା,ରମେଶ ଜେନା,ରଞ୍ଜିତ କୁମାର ନାୟକ,ରାଜେନ୍ଦ୍ର ଦାଶ,ଶୁଭେନ୍ଦୁ ସାହୁ,ମୀନତି ବାଡତ୍ୟା ଓ ବିଶ୍ବସ୍ମିତା ରାଉତରାୟ ତାଙ୍କ ପ୍ରିୟ ସାରଙ୍କୁ ଉପଢୌକନ ପୁଷ୍ପଗୁଛ ଦେଇ ଆଶୀର୍ବାଦ ନେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମତୀ ଜେନା ତାଙ୍କ ବକ୍ତବ୍ଯରେ କହିଲେ ଯେ ସୁନ୍ଦରଗଡ ଜିଲ୍ଲାର ହକିର ଏନ୍ତୁଡିଶାଳ କୁହାଯାଉଥିବା ବିର୍ସାମୁଣ୍ଡା ବିଦ୍ୟାପୀଠର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଓ ଏଥିରେ ଶ୍ରୀ ଦାଶଙ୍କ ଅବଦାନ ସଦା ମନେରହିବ। ଏହା ସହ ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଶ୍ରୀ ଦାଶଙ୍କ ପାଇଁ ଦେଇଥିବା ଅବସରକାଳୀନ ପ୍ରୋଭିଜିନାଲ ପେନସନ କାଗଜପତ୍ର କୁ ଶ୍ରୀ ମତୀ ଜେନା ପ୍ରଦାନ କରିଥିଲେ। ଅନ୍ୟ ଅତିଥିଗଣ ଶ୍ରୀ ଦାଶଙ୍କୁ ସ୍ବାଭିମାନୀ, ସ୍ବାଧୀନଚେତା,ସ୍ବାବଲମ୍ବୀ, ନୀତିନିଷ୍ଠ ଓ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ସମାପ୍ତି ବୋଲି ଅବହିତ କରି ବକ୍ତବ୍ଯ ରଖିଥିଲେ। ଶେଷରେ ଅତିଥିମାନେ ଶ୍ରୀ ଦାଶଙ୍କୁ ଉପଢୌକନ,ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲାବେଳେ ସୁଷମା ପଣ୍ଡା ମାନପତ୍ର ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପରଂଜନ ମହନ୍ତ,ଜୟ କୁମାର ସା,ଉର୍ମିଲା ଲାକ୍ରା,ଏସ ତନ୍ତୀ, ସରୋଜିନୀ ଡୁଙ୍ଗଡୁଙ୍ଗ,କିରଣ ବାରା,ଲାଲୁ କିଷାନ, ହୀରାମଣୀ ଡୁଙ୍ଗଡୁଙ୍ଗ,ସୁକାନ୍ତୀ ପ୍ରଧାନ, ସୁଚିତ୍ରା କିଷାନ,ପାର୍ବତୀ ଓରାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ଦାଶ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଜିର ଦିନ ଟି ସ୍ମରଣୀୟ ହୋଇରହିବ ବୋଲି କହିଥିଲେ। ଶେଷରେ ସଭାପତିତ୍ବ କରୁଥିବା ଶ୍ରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ବିଶିଷ୍ଟ କଂଗ୍ରେସ ନେତା ଅନିରୁଦ୍ଧ ଜେନା ଙ୍କ ଦେହାନ୍ତ

Sunil Chandra Nayak

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ, ପୋଲିସ ର ତଦନ୍ତ ଜାରି 

Leave a Comment

error: Content is protected !!