ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗନ୍ନାଥପୁର ରାସ୍ତା କଡରେ ଅଳିଆ ଆର୍ବଜନା କୁଢକୁଢ ହୋଇ ଭରି ହୋଇ ପଡିଛି

ନବରଙ୍ଗପୁର (ମନିସ୍) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଠାରେ ଅଳିଆ ଆର୍ବଜନା କୁଢ଼ କୁଢ଼ ହୋଇ ଭର୍ତ୍ତୀ ହୋଇ ରହିଅଛି ।ଯାହା ଫଳରେ ରାସ୍ତାରେ ଯିବା ଆସିବାର ଲୋକମାନେ ବହୁତ ହଇରାଣ ହରକତ ର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଥିବା ଡ୍ରେନ ପୋତିହୋଇ ଥିବା ଯୋଗୁ ଗାଦୁଅ ପାଣି ରାସ୍ତା ଉପରେ ଜମି ରହୁଛି।ଜାହାଦ୍ଵାରା ରାସ୍ତାର ପାଣି ଡ୍ରେନରେ ନିଷ୍କାସନ ହୋଇ ପାରୁନାହିଁ ।ଗାଁ ଲୋକେ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କହିଥିଲେ ମଧ୍ୟ ଆଜି କାଲି କହି ଦିନ ବିତେଇ ନେଉଛନ୍ତି ।ଯାହା କି ମୁଖ୍ୟ ରାସ୍ତା ରେ ଥିବା ଜଗନ୍ନାଥପୁର ର ଏକ ନଂ ୱାର୍ଡ ଏବଂ ହରିଜନ ସାହି ବର୍ତ୍ତମାନ ଗମନା ଗମନର ଘୋର ଅସୁବିଧା ହେଉଛି।ସରପଞ୍ଚ ଙ୍କୁ ଜଣାଇଥିଲେ ମଧ୍ୟ ହଁ ହଁ କହି ଦିନ ବିତାଇ ନେଉଛନ୍ତି। ହେଲେ ଡ୍ରେନ ସଫା କରିବାର ନା ଧରୁନାହନ୍ତି।ଜଗନ୍ନାଥପୁର ହରିଜନ ସାହିର ଅଲିଆ ଆର୍ବଜନା ଭରି ରହିଛି ସରକାର କିଛି ପଦକ୍ଷେପ ନ ନେବାରୁ ବର୍ଷ ବର୍ଷ ଧରି ପରିବେଶ ଦୂଷିତ ହେବାରେ ଲାଗିରହିଛି। ଡ୍ରେନ ରେଦୂଷିତ ପାଣି ଯାଉନଥିବା ହେତୁ ଲୋକଙ୍କୁ ଡେଙ୍ଗୁ ହେବାରା ସମ୍ଭାବନା ରହିଛି କୋଣସି କାର୍ଯ୍ଯ ସଫଳ ହୋଇ ପାରୁନାହିଁ ଯଦି ସରକାର ବା ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତର ଅଧିକାରୀ ବାବୁ ମାନେ ଜଗନ୍ନାଥପୁର ଗ୍ରାମର ସମସ୍ୟା କୁ ଧ୍ଯାନ ଦେବା ପାଇଁ ପଞ୍ଚାୟତ ବାସି ଦ୍ରୁଢ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ବୁଡିପଦର ସ୍କୁଲରେ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ଆସ ଆମେ ଇସ୍କୁଲ ଜିମା, ଉପାନ୍ତ ଅଞ୍ଚଳ ରେ ବୁଲି ଶିକ୍ଷା ଗ୍ରହଣ ପାଇଁ ସଚେତନ କଲେ ଶିକ୍ଷା ଅଧିକାରୀ

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

Sunil Chandra Nayak

Leave a Comment

error: Content is protected !!