ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା

ଡାବୁଗାଁ, ୨/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ କେନ୍ଦୁଗୁଡା ଗ୍ରାମରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ନରେନ୍ଦ୍ର ଗୌଡ଼ (୩୫) କୌଣସି କାରଣରୁ ଗତ ୫-୬ ଦିନ ହେଲା ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ଖବର ମିଳିନଥିଲା | ମଙ୍ଗଳବାର ସକାଳ ସମୟରେ ମୃତକ ଙ୍କ ବାଡି ପଟ ଆଡୁ ପଚା ଗନ୍ଧ ଆସୁଥିଲା | ଅତ୍ୟଧିକ ଗନ୍ଧ ହେବାରୁ ଲୋକେ ଖୋଜା ଖୋଜି କରିଥିଲେ ଉକ୍ତ ଗନ୍ଧ ବାଡିରେ ଥିବା ଏକ କୁସୁମ ଗଛ ଆଡୁ ଆସୁଥିଲା | ଲୋକେ କୁସୁମ ଗଛ କୁ ଦେଖିବାରୁ ଜାଣିପାରିଥିଲେ ଯେ ନରେନ୍ଦ୍ର ଆତ୍ମହତ୍ୟା କରିଛି | ଏହାକୁ ଦେଖି ଗ୍ରାମବାସୀ ନରେନ୍ଦ୍ରଙ୍କ ପରିବାର କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ସେଠାରେ ପହଂଚି ଶବକୁ ଚିହ୍ନଟ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ନରେନ୍ଦ୍ର ଙ୍କ ସାନ ବାପା ମନବୋଧ ଗୌଡ଼ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତିକରି ଥାନା ସବଇନିସ୍ପେକ୍ଟର କୁଳଭୂଷଣ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଦଳ ଛାଡ଼ିଲେ, କହିଦେଇଗଲେ ମରମ କଥା

Sunil Chandra Nayak

ଦଳିତ ନେତା ଜିଗ୍ନେଶ ମେୱାନିଙ୍କୁ ଆସାମ ପୋଲିସ ଦ୍ବାରା ବେଆଇନ ଭାବରେ ଗିରଫ କରିବା ବିରୋଧରେ ଦଳିତ ଅଧିକାର ମଞ୍ଚର ପ୍ରତିବାଦ

Sunil Chandra Nayak

ତେନ୍ତୁଳିଖୁଣ୍ଟି ରେ ଖସିଲେ କୋଷାଗୂମୁଡ଼ା ରେ ଫସିଲେ, ବିଡ଼ିଓ ଅକ୍ଷମିତା କାର୍ତ୍ତିକ ?

Sunil Chandra Nayak

Leave a Comment

error: Content is protected !!