ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ରୁପ୍ରା ଠାରେ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର ଅନୁଷ୍ଠିତ 

ରୁପ୍ରା, (ମନିସ) : ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ପ୍ରଥମ ଥର ପାଇଁ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର ଆଜି ଅପରାହ୍ନରେ ରୁପ୍ରାସ୍ଥିତ ତ୍ରିନାଥ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ କେସିଙ୍ଗା ଆଦର୍ଶ ଥାନା ଅଧିନ ନବ ନିଯୁକ୍ତ ପଲମ ଫାଣ୍ଡି ଅଧିକାରୀ ଶେଖର ଜେନା ଯୋଗଦାନ କରି ପୁଲିସ ଓ ପବ୍ଲିକ୍ ମଧ୍ୟରେ କିପରି ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ ସେ ବାବଦରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ଅବଗତ କରାଇଥିଲେ। ଏହା ବ୍ୟତୀତ ଶ୍ରୀ ଜେନା ସୁନ୍ଦର ଭାବରେ ଭଜନ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ସତ୍ୟକୁମାର ନନ୍ଦ ଯୋଗଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଉକ୍ତ ଶିବିରରେ ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ ଯୋଗଦେଇ ବର୍ତ୍ତମାନ ଦେଖା ଦେଇଥିବା ପିଲା ଚୋରି ସହ ଅନେକ ଗ୍ରାମରେ ଚୋର ଭୟ ହେଉଥିବାରୁ ପୁଲିସ୍ ପେଟ୍ରୋଲିଂ କଡାକଡି କରିବାକୁ କହିଥିଲେ, ପଲମ ଫାଣ୍ଡି ରେ ପେଟ୍ରୋଲିଂ ପାଇଁ ଚାରି ଚକିଆ ଗାଡ଼ି ନଥିବାରୁ ଫାଣ୍ଡିକୁ ଚାରି ଚକିଆ ଗାଡ଼ି ଯୋଗାଇ ଦେବାକୁ ଥାନା ଅଧିକାରୀ ଶ୍ରୀ ନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମ ସୁନ୍ଦର ସେନାପତି ଓ ସମ୍ପାଦକ ଗୌରଚନ୍ଦ୍ର ଭୋଇ ପୁଲିସ୍ ବିଭାଗ ତରଫରୁ ପ୍ରଥମ ଥର ପାଇଁ ସଚେତନତା ଶିବିରର ଆୟୋଜନ କରିଥିବାରୁ ଥାନାଧିକାରୀ ଶ୍ରୀ ନନ୍ଦ ଓ ଫାଣ୍ଡି ଅଧିକାରୀ ଶ୍ରୀ ଶେଖରଙ୍କୁ ଗ୍ରାମ୍ଯ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଅନ୍ୟପକ୍ଷରେ ଉକ୍ତ ବୈଠକରେ ରୁପ୍ରା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୁଶାନ୍ତ ସେନାପତି, ଶିକ୍ଷାବିତ୍ ଗୋପାଳ କୃଷ୍ଣ ବେହେରା, ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ, ପୂର୍ବ ସରପଞ୍ଚ ଅକୃର ସାହୁ, ରାଜୀବ ସାହୁ, ୱାର୍ଡ଼ ସଭ୍ଯ ବୃନ୍ଦ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଯୋଗଦାନ କରି ନିଜର ମତାମତ ଉପସ୍ଥାପନ କରିଥିଲେ। ଲୋକ ମାନଙ୍କ ସହ ଧନ ଜୀବନ କିପରି ସୁରକ୍ଷା ରହିବ ତଥା ଆଇନ୍ ଶୃଙ୍ଖଳା ପରିସ୍ଥିତି କିପରି ଠିକ୍ ରହିବ ସେଥିପ୍ରତି ପୁଲିସ୍ ବିଭାଗ ତତ୍ପରତା ଦେଖାଇଥିବା ସହ ଅଞ୍ଚଳରେ ପୁଲିସ୍ ପେଟ୍ରୋଲିଂ କଡାକଡି କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଭଳିଆ ସଚେତନତା କାର୍ଯ୍ୟକ୍ରମ ପୁଲିସ ବିଭାଗ ତରଫରୁ ଅଞ୍ଚଳରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇ ଥିବାରୁ ସାଧାରଣ ଜନତା ପ୍ରସଂଶା କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ମତ ବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭାବଗ୍ରାହୀ

Sunil Chandra Nayak

ଯୁବକଙ୍କ ଆତ୍ମହତ୍ଯା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!