ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ବ୍ଲକ୍ ପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଚରମ ଅବହେଳା

 ଚନ୍ଦାହାଣ୍ଡି ରେ ନିଯୁକ୍ତ ଡାକ୍ତର ଙ୍କୁ ଅନ୍ୟତ୍ର ନେଇଯିବା ନେଇ ଜନ ଅସନ୍ତୋଷ

ଚନ୍ଦାହାଣ୍ଡି -(ମ ନି ସ) ନବରଙ୍ଗପୁର ଜିଲ୍ଲା ର ଶେଷ ମୁଣ୍ଡ ରେ ତଥା ଜିଲ୍ଲା ମୁଖ୍ୟାଳୟ ଠାରୁ ୧୨୨ କିମି ଦୂର ରେ ଅବସ୍ଥିତ ଚନ୍ଦା ହାଣ୍ଡି ବ୍ଲକ୍ ପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଅବହେଳା ଚରମ ସୀମା ରେ ପହଞ୍ଚିଛି।ଏଠାରେ ରହି ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଚାରି ଗୋଟି ପିଏଚ୍ ସି ରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଅଭାବ ହେତୁ ଏଠାରେ ସ୍ବାସ୍ଥ୍ୟ ସେବା ଏକ ରକମ୍ ଭୁଶୁଡ଼ି ପଡ଼ିଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଚରମ ଅବହେଳା ପୁଣି ସମସ୍ୟା କୁ ବଢାଇ ଦେଉଛି। ଚନ୍ଦା ହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ତତ୍କାଳୀନ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ସଂଗ୍ରାମ କେଶରୀ ସାହୁ ଓ ଅନ୍ୟ ଦୁଇ ଜଣ ଡାକ୍ତର ପିଜି ପଢିବାକୁ ଅନ୍ୟତ୍ର ଚାଲି ଯାଇଥିବା ବେଳେ ତାଙ୍କ ସ୍ଥାନ ରେ କାହାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମେଡିକାଲ୍ ଅଫିସର ର ଦାୟିତ୍ଵ ଦିଆଯାଇ ନଥିବାରୁ ସ୍ବାସ୍ଥ୍ୟ ବିଭାଗ ତରଫ ରୁ ହେଉଥିବା ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଓ ସରକାରୀ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନାହିଁ। ଅନ୍ୟ ପକ୍ଷରେ ଦୀର୍ଘ ଦିନ ହେବ ଏଠାରେ ରହି ଥିବା ବିଭିନ୍ନ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡି ରହିଥିବା ବେଳେ ଏ ଦିଗ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଲୋକେ ସୁଦୂର ଧର୍ମଗଡ଼ , ଉମରକୋଟ ଓ ନବରଙ୍ଗପୁର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଅନ୍ୟ ପକ୍ଷରେ ଚନ୍ଦା ହାଣ୍ଡି ବ୍ଲକ୍ ର ବେହେରା ମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିମନ୍ତେ ନିଯୁକ୍ତ ହୋଇ ଆସିଥିବା ଡାକ୍ତର କାଳନ୍ଦୀ ବେହେରା ଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନ୍ୟତ୍ର ନେଇ ଯିବା ନେଇ ମସୁଧା ଚଳେଇ ଥିବା ବେଳେ ଏଠାରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।ଯଦି ବେହେରା ମୁଣ୍ଡା ଡାକ୍ତର ଙ୍କୁ ପୁନଶ୍ଚ ଚନ୍ଦା ହାଣ୍ଡି କୁ ପ୍ରେରଣ କରା ନ ଯାଏ ତେବେ ସ୍ବାସ୍ଥ୍ୟ ସମସ୍ୟା ନେଇ ଏକ ଆନ୍ଦୋଳନର ସୂତ୍ରପାତ କୁ କିଏ ରୋକି ପାରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚା ଜୋର୍ ଧରୁଛି।ସେହିଭଳି ଏଠାରେ ଆବଶ୍ୟକୀୟ ସଂଖ୍ୟକ ଲେଵ୍ ଟେକ୍ନିଶିଆନ୍ ନ ଥିବାରୁ ଦୀର୍ଘ ଦିନ ହେବ ଏକ୍ସ୍ ରେ ମେସିନ ଆସି ଖାତ ଖାଉଛି।ଯାହା ଫଳ ରେ ଲୋକେ ସାଧାରଣ ଏକ୍ସ୍ ରେ ନିମନ୍ତେ ଧର୍ମଗଡ଼ ଉମରକୋଟ କୁ ଦୋୖଡି ଦୋୖଡି ନୟାନ୍ତ ହୋଇଗଲେଣି।ଏଭଳି ବହୁ ସମସ୍ୟା ରେ ପରିପୂର୍ଣ ଚନ୍ଦା ହାଣ୍ଡି ବ୍ଲକ୍ ର ସ୍ବାସ୍ଥ୍ୟ ସେବା ପ୍ରତି ବିଭାଗ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ଯୋର ଧରିଛି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଆଇ ଟି ଆଇ ଓ ବନଦୁର୍ଗା ହାଇସ୍କୁଲ ରେ ବୃକ୍ଷ ରୋପଣ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ନୁଆଁ ପିଡିର , ନୁଆଁ ଯାତରା

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

Sunil Chandra Nayak

Leave a Comment

error: Content is protected !!