ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡିର ପୂର୍ବତନ ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ଆଜି ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ପୂର୍ବତନ ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ବରିଷ୍ଟ ଆଇନଜୀବି ଜଗନ୍ନାଥ ମୁଣ୍ଡ, ଶିକ୍ଷାବିତ୍ ଅକ୍ଷୟ କୁମାର ନନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ,ଗାୟିତ୍ରି ପରିବାର ର ମୁଖ୍ୟ ଧବଳେଶ୍ଵର ଠାକୁର, ସଂଘ ପରିବାର ମୁଖ୍ୟ ଜୟ ନାରାୟଣ ବାବୁ, ପୂର୍ବତନ ଜୁନାଗଡ଼ ବିଧାୟକ ଗୋବର୍ଦ୍ଧନ ଦାସ, ବିଜେଡିର ରାଜ୍ୟ କାର୍ଯ୍ୟକାରୀ ଛାତ୍ର ସଭାପତି ଅବିନାଶ ଠାକୁର, ବିଜେଡିର ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ବରିଷ୍ଟ ନାଗରିକ ସୁଧାଂଶୁ ଦେଓ, ବିଜେପି ର ଆର୍ତ୍ତତ୍ରାଣ ମହାପାତ୍ର, କଂଗ୍ରେସ ର ବରିଷ୍ଟ ନେତା ଉତ୍ସବ ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜୟଦେବ ନାଏକ, ନେହେରୁ ଯୁବ କେନ୍ଦ୍ର ର ଶୁଭଲକ୍ଷ୍ମି ନାୟକ, ସମାଜସେବୀ ସୁନିଲ କୁମାର ବେହେରା, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର କୁମାର ମହାନ୍ତି, ଭବାନୀାଟଣା ପୌର ପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ଲଳିତ କାନୁନଗୋ, ଦେବେନ୍ଦ୍ର ବିଶି, ଶାନ୍ତନୁ ବେହେରା, ସତ୍ୟେନ୍ ମହାପାତ୍ର , ରାଜ୍ୟ ଅଲିମ୍ପିକ ଏସୋସିଏସନ୍ ର ସଭାପତି ଜଗମୋହନ ପଟ୍ଟନାୟକ,ପୂର୍ବତନ ବିଧାୟକ ଅନାମ ନାଏକ, ପଦ୍ମ ଲୋଚନ ମିଶ୍ର , ବରିଷ୍ଟ ଆଇନ୍ ଜିବୀ ଅନୁପ ଜେନା , ଲୋକନାଥ ନାୟକ , ମୁନ୍ନା ପଟ୍ଟନାୟକ , ଦିନେଶ ତିୱାରୀ , ପୁରୁଷୋତ୍ତମ ଗୁପ୍ତା,  ଧର୍ମଗତ ବ୍ୟବସାୟୀ ସଂଘର ଉପସଭାପତି ନରେଶ କୁମାର ଅଗ୍ରୱାଲ ସମେତ     ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ  ଆସିଥିବା ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଦିବଙ୍ଗତ ପୂର୍ବତନ କଳାହାଣ୍ଡି ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କର ଜ୍ୟେଷ୍ଟ ପୁତ୍ର ଶିବରାମ ନାୟକ, କନିଷ୍ଠ ପୁତ୍ର ସୀତାରାମ ନାୟକ, ବଡ ବୋହୂ ଲିଲି ନାୟକ, ସାନ ବୋହୁ ସମିତା ନାୟକ, ପୁତ୍ରି ଶର୍ମିଷ୍ଠା ନାୟକ ଏବଂ ଭାଇ ଶରତ ଚନ୍ଦ୍ର ନାୟକ, ସୁନୀଲ ଚନ୍ଦ୍ର ନାୟକ ଉକ୍ତ ସଭାରେ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ସଭାକୁ ମହାବୀର ପଡ଼ା ସିଭିଲ ସୋସାଇଟି ସଭାପତି ଭବେନ୍ଦ୍ର କୁମାର ପଣ୍ଡା ଓ ବିଶିଷ୍ଟ ଆଇନଜୀବୀ ଶୁଭ୍ରାଂଶୁ ଶେଖର ସାହୁ ମଞ୍ଚ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

ବୃକ୍ଷରୋପଣ କାର୍ଯ୍ୟକ୍ରମ ….

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ -୨୦୨୨ ପାଳନ

Sunil Chandra Nayak

ଦଶ ଦିନାତ୍ମକ ଦୁର୍ଗାପୂଜା ପାଇଁ  ଲଡୁଗାଁ ରେ କଳସ ଯାତ୍ରା 

Sunil Chandra Nayak

Leave a Comment

error: Content is protected !!