ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନମ୍ୱର୍ ବିହୀନ କଳାରଙ୍ଗର ମୋଟର ସାଇକେଲ ସହ ଛଅ ପକେଟ୍ ଗଞ୍ଜେଇ ଜବତ

ନର୍ଲା (ମନିସ) ଆଜି ସକାଳୁ ନର୍ଲା ପୋଲିସ ଏକ ମୋଟର ସାଇକେଲ ଓ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିଛି। ଗତ ବିଳମ୍ବିତ ରାତିରେ ଏକ ନମ୍ୱର୍ ବିହୀନ କଳାରଙ୍ଗର ମୋଟର ସାଇକେଲ ନର୍ଲା ଅନୁପମ ଚାନ୍ଦଙ୍କ ମୀର୍ଚି ହୋଟେଲ ପାଖରେ ଛାଡି ଫେରାର ହୋଇଥିବା ଜଣାଯାଏ। ସେଠାରେ ଏକ ଧଳା ରଙ୍ଗର ବ୍ୟାଗରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିଲା। ଆଜି ଗୁରୁବାର ସକାଳ ସମୟରେ ହୋଟେଲ ମାଲିକ ଆସି ଦେଖିଲା ପରେ ନର୍ଲା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ଟିମ୍ ଏବଂ ତହସିଲଦାର ମାନସ ରଂଜନ ତ୍ରିପାଠୀ ପହଞ୍ଚି ଗଞ୍ଜେଇକୁ ଜବତ କରିଥିଲେ। ଉକ୍ତ ବ୍ୟାଗରେ ଛଅ ପ୍ୟାକେଟ୍ ଗଞ୍ଜେଇ ସହିତ ଦୁଇଟି ରେନି କୋର୍ଟ ଏବଂ ମଟର ସାଇକେଲକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି ନର୍ଲା ପୋଲିସ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ

Sunil Chandra Nayak

ତିଖାଳି ଠାରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ଏକ ସାଧାରଣ ବୈଠକ

Sunil Chandra Nayak

କାଭାଲିଆ ଶିକ୍ଷା ଫାଉଣ୍ଡେସନ୍ ର କର୍ମଶାଳା

Sunil Chandra Nayak

Leave a Comment

error: Content is protected !!