ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସଂଯତ ମନର ଯୋଗସିଦ୍ଧି ଦୁଷ୍ପ୍ରାପ୍ୟ

ଢ଼େଙ୍କାନାଳ -:   ତା ୦୪.୦୮.୨୨ ରିଖ   ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୦୪.୦୮.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ      ବାଲେଶ୍ବର ଜିଲ୍ଲାର  ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ , ରାଜ୍ୟ ସଂଯୋଜିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତିଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଆଭିମୁଖ୍ୟ ରଖିବା ସହ ଡ଼ ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ ।   ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବାଚିକା,ଆଲୋଚିକା, ସଂଯୁକ୍ତା ରାଉତ ମହାଭାଗଙ୍କର ଧ୍ୟାନ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଷଷ୍ଠ ଅଧ୍ୟାୟ, ଧ୍ୟାନ ଯୋଗର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ ।  ଯାହାର ମନ ସଂଯତ ସେ ଭଗବତ ପ୍ରାପ୍ତି ବା ଯୋଗପ୍ରାପ୍ତି କରିଥାଏ। ଅସଂଯତ ମନ କେବେହେଲେ ଭଗବତ ପ୍ରେମ ଲାଭ କରି ପାରିବ ନାହିଁ ।ସଂଶୟ ରଖିଲେ କର୍ମ ନିଷ୍ଫଳ ହୁଏ ।ବିଶ୍ବାସେ ମିଳଇ ହରି । ତର୍କେ ବହୁଦୂର ।।ଅଭ୍ୟାସ ଓ ବୈରାଗ୍ୟ ଦ୍ବାରା ମନକୁ ବଶ କରାଯାଇ ପାରେ। ନିଷ୍ପାପ ଯୋଗୀ ମନକୁ ସର୍ବଦା ସମାହିତ କରି ବ୍ରହ୍ମ ରେ ମିଶିଯାଇ ନିରତିଶୟ ସୁଖ ଭୋଗ କରନ୍ତି । ସର୍ବତ୍ର ସମଦର୍ଶୀ ଯୋଗୀ ପୁରୁଷ ସର୍ବଭୂତରେ ଆତ୍ମା ଓ ଆତ୍ମାରେ ସର୍ବଭୂତଙ୍କୁ ଦର୍ଶନ କରି ଥାଆନ୍ତି ବୋଲି ସଂଯୁକ୍ତା ରାଉତ ମହୋଦୟା ଆଲୋଚନା କରିଥିଲେ ।  ଶେଷରେ ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ ମହୋଦୟ ମଧ୍ୟ ନିଜ ବକ୍ତବ୍ୟରେ ଧ୍ୟାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଯୁକ୍ତା ରାଉତଙ୍କର ବକ୍ତବ୍ୟ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁଙ୍କ ସହ ବାମନ ଚନ୍ଦ୍ର ଦୀକ୍ଷିତ ଓ ନିରଞ୍ଜନ କରଣ ମନ୍ତବ୍ୟ ଦେଇଥିଲେ ।ଅଦ୍ୟ ଶ୍ରୀମଦ୍ ଭଗବତ୍ ଗୀତାର ଷଷ୍ଠ ଅଧ୍ୟାୟର ଧ୍ୟାନ ଯୋଗର ଏକତ୍ରିଶତମ ଶ୍ଲୋକରୁ ଚାଳିଶ ତମ ଶ୍ଲୋକ ପର୍ଯ୍ୟନ୍ତ ପଠନ ଓ ସମ୍ୟକ୍ ବ୍ୟାଖ୍ୟା ରଖିଥିଲେ -ଗୀତାଞ୍ଜଳି ପୃଷ୍ଟି ,ପ୍ରତିମା ଶତପଥୀ ,ସ୍ନିଗ୍ଧା ସାମନ୍ତରାୟ ,ପ୍ରିୟମ୍ବଦା ସାମଲ ,ପ୍ରଭାତୀରାଣୀ ମହାନ୍ତି ,ପ୍ରଫୁଲ୍ଲ କୁମାର ଦାସ ,ଅରୁଣ କୁମାର ମହାପାତ୍ର ,ବିନୋଦିନୀ ଦାଶ ,ବିଶ୍ବେଶ୍ବର ମାଝୀ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୬ରୁ ଉର୍ଦ୍ଧ୍ବ ସାରସ୍ଵତ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ମହୋଦୟ ଧନ୍ୟବାଦ ଓ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ମହୋଦୟା ଶାନ୍ତିପାଠ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ୍

Related posts

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ 

Sunil Chandra Nayak

ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ରୁ ପାଣି ପମ୍ପ ଚୋରି ଉଦ୍ୟମ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!