ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ସମ୍ମନୟ ବୈଠକ

ଜୁନାଗଡ଼ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ଏକ ସମ୍ନନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୁନାଗଡ଼ ବ୍ଲକର ବିଭିନ୍ନ ବିଭାଗରୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଡାକ୍ତର ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜୁନାଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁଲାରାମ ମାରାଣ୍ଡି, ମହିଳା ଓ ଶିଶୁ ବିଭାଗ ସୁପରଭାଇଜର, ଅତିରିକ୍ତ ଶିକ୍ଷା ଅଧିକାରୀ ଦୂର୍ଗା ମେହେର ତଥା ଅନ୍ୟାନ୍ୟ ପଦାଧିକାରୀ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଡେଙ୍ଗୁ ର ନିରାକରଣ ପାଇଁ ପଦକ୍ଷେପ ଉପରେ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭଗବାନ ପଣ୍ଡା ଆଲୋକପାତ କରିଥିଲେ। ସୁପରଭାଇଜର ପ୍ରିୟ ରଞ୍ଜନ ମୁଣ୍ଡ ଆଗାମୀ କାର୍ଯ୍ୟ ପନ୍ଥା ଓ ମଶାରୀ ବଣ୍ଟନ ଉପରେ ବିଶେଷ ଆଲୋଚନା କରିଥିଲେ। ବିପିଏମ, ଆର. ରାଜଶେଖର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଜନ ସ୍ବାସ୍ଥ୍ୟ ଅଧିକାରୀଣୀ ଭାରତୀ ବ୍ରହ୍ମା ସହଯୋଗ କରିଥିବା ବେଳେ ସୁପରଭାଇଜର ପ୍ରିୟ ରଞ୍ଜନ ମୁଣ୍ଡ ଧନ୍ୟବାଦ୍ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁ ନାହିଁ ସାଧାରଣ ରୋଗ ପାଇଁ ଔଷଧ

Sunil Chandra Nayak

ଝାଡାବାନ୍ତି ରୋଗରେ ଆକ୍ରାନ୍ତ ସଂଖ୍ୟା ୨୩ କୁ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୩ କୁ ପହଞ୍ଚିଛି

Sunil Chandra Nayak

ଦଳେଇଗୁଡା ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ଅସୁସ୍ଥ ଘଟଣା, ମେଡିକାଲ ଟିମର ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା 

Sunil Chandra Nayak

Leave a Comment

error: Content is protected !!