ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ୍ କଲୋନୀ ସରକାରୀ ୟୁ ପି ସ୍କୁଲର ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ଙ୍କ ସଭପତିତ୍ବ ଓ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ କହିଲେ ଯେ ପଣ୍ଡିତ ନୀଳକଣ୍ଠ ଥିଲେ ଅଗାଧ ଜ୍ଞାନର ଅଧିକାରୀ, ପ୍ରଚଣ୍ଡ ପ୍ରତିଭାବାନ କବି, ପ୍ରବୀଣ ରାଜନୀତିଜ୍ଞ, ନିର୍ଭିକ ସମାଲୋଚକ,ପ୍ରାବନ୍ଧିକ, ସମାଜ ସଂସ୍କାରକ ବାଗ୍ମୀ ତଥା ତାଙ୍କର ସାହିତ୍ୟ ସାଧନା ଓଡିଆ ସାହିତ୍ୟକୁ ମହିମା ମଣ୍ଡିତ କରିଛି। ସେହିପରି ସାମ୍ବାଦିକ ଭାବେ ସେ ସ୍ବକୀୟ ପ୍ରତିଭାର ପରିଚୟ ଦେଇଛନ୍ତି। ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯରେ କହିଲେ ଯେ ପଣ୍ଡିତ ଥିଲେ ସତ୍ୟବାଦୀ ବନ ବିଦ୍ୟାଳୟର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀ। ଜଣେ ସ୍ବାଧୀନତା ସଂଗ୍ରାମୀ,ଖ୍ୟାତିସଂପନ୍ନ ପ୍ରାବନ୍ଧିକ ଭାବେ ସେ ଜୀବନଧର୍ମୀ, ଆଧ୍ୟାତ୍ମିକ ଭାବ ସମ୍ବନ୍ଧିତ,ସଂସ୍କାର ଧର୍ମୀ,ଜାତୀୟତା ବୋଧକ ଓ ସାହିତ୍ୟ ଧର୍ମୀ ପ୍ରବନ୍ଧ ରଚନା କରିଥିବାବେଳେ ସାହିତ୍ୟ ସାଧନା ପାଇଁ ଉତ୍କଳ ଗୁରୁ,ପଦ୍ମ ଭୂଷଣ ଓ ଆତ୍ମଜୀବନୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସଭାପତିତ୍ବ ଅଭିଭାଷଣ ସହ ଶ୍ରୀ ଦୁବେ କହିଥିଲେ ଯେ ସାହିତ୍ୟିକ ନୀଳକଣ୍ଠ ଙ୍କର ମୃତ୍ୟୁ ନାହିଁ। ସେ ସମାଜ, ନବ ଭାରତ ର ସଂପାଦକ ଥିବା ବେଳେ ସାପ୍ତାହିକ ଲୋକମତର ପ୍ରତିଷ୍ଠାତା ଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ବୀଣାପାଣି ରାୟ ପଣ୍ଡିତ ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡିଆ ବ୍ୟାକରଣ ପୁସ୍ତକର ରଚୟିତା ଥିଲେ ବୋଲି କହିଥିବା ବେଳେ ନିବେଦିତା ମହାନ୍ତି ପଣ୍ଡିତଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ବିଦ୍ୟାଳୟ ଛାତ୍ରଛାତ୍ରୀ ସଂଗୀତା ସିଯୋଇ,ଆଦିତ୍ଯ ଗୌଡ,ସୁରଜ କୁମାର,ଚନ୍ଦନ ସାହୁ, ପ୍ରିୟାଂଶୁ ଶେଖର ସେଠୀ,ଖୁସି ଲାକ୍ରା ଓ ସଂଧ୍ୟାରାଣୀ ମିଞ୍ଜ ପ୍ରମୁଖ ପଣ୍ଡିତଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଶିଲା ନାୟକ, କ୍ଷଣପ୍ରଭା ବେହେରା,ଅମର କୁମାର ସାମଲ,ହୀରାମଣୀ ସୋରେନ, ବିଳାସିନୀ ସ୍ବାଇଁ,ଜ୍ୟୋସ୍ନା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ମାମି ପାତ୍ର ଙ୍କ ଗଳ୍ପ ଅକୁହା କଥା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଜ୍ଞାନ ଆଉ ଟଙ୍କା

Sunil Chandra Nayak

Leave a Comment

error: Content is protected !!