ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଦିନେ ତୁମେ ଫେରିବ 

 ଦିନେ ତୁମେ ଫେରିବ 

ଚକ୍ରବାଳୁ ଉଇଁ ଆସ ତୁମେ ମୋର
  ଶୁଭ ଶୁକ୍ରତାର।
ଲକ୍ଷେ ନକ୍ଷ୍ଷତ୍ରର ରାତ୍ରୀ ଆମ ପାଇଁ
  ହୁଅନ୍ତା ନିଆରା ।
ତରଳନ୍ତା ତନୁତାପ ତରଙ୍ଗିତ
  ଅଜସ୍ର ସ୍ୱପ୍ନର
ଆଙ୍କନ୍ତେ ଆରବ୍ୟ ରାତ୍ରୀ ଇନ୍ଦ୍ର ପ୍ରସ୍ତ ଜନ୍ମ ଜନ୍ମ।ନ୍ତର ।
ସଜାଡନ୍ତେ ସ୍ମୃତି ସବୁ ସୀମାହୀନ
  ସମୟ ଢେ଼ଉରେ
ଚୁଲବୁଲି ଚଇତି ଚୁମା ଦେଉଥାନ୍ତି
  ତୁମ ଚିବୁକରେ ।
ଚ।ପୁଥାନ୍ତ ଚନ୍ଦ୍ରଭାନୁ ତନୁରେ ମୋ
  ରେଶମୀ ଚିକୁର
ଉଷ୍ଣ ତାର ସ୍ୱେଦ ବିନ୍ଦୁ ସତେ ଅବା
  ସକାଳ ଶିଶିର ।
କନକ ଚମ୍ପାର ବାସ୍ନା ମହକାନ୍ତ।
  ମଧୁଶାଳା ରାତି
ଦିନେ ତୁମେ ଫେରିବ ଏ ବିଶ୍ୱାସ
  ମୃତ୍ୟୁ ଯାଏ ଅଛି ।

କାଙ୍ଗାଳି ଚରଣ ସେଠୀ

ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ , ଯାଜପୁର ରୋଡ଼

Related posts

ଘୁମୁରା ୨୦୨୩ , କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପ କମିଟି ର ବୈଠକ

Sunil Chandra Nayak

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଜନ ସାଧାରଣଙ୍କ ସେବା କରିବାର ଝୁଙ୍କ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସବୁବେଳେ ଚର୍ଚ୍ଚାରେ

Sunil Chandra Nayak

Leave a Comment

error: Content is protected !!