ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ପୋଲିସ କୁ ବଡ ସଫଳତା ,୧୦ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ

ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ଗୋଟି ମୋଟରସାଇକେଲ,୧୧ ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା,୪୪୭,୭୪୦ ଗ୍ରାମ ରୁପା ସହ ଡ଼କାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ରେ ଚୋରି ଡକାୟତି ଲୁଟ ରେ ସାମିଲ ଥିବା ୧୦ ଜଣିଆ ଡକାୟତ ଦଳ କୁ କଳାହାଣ୍ଡି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଡକାୟତ ମାନେ ଗତ ଏପ୍ରିଲ ମାସରୁ ଜିଲ୍ଳାର ବିଭିନ୍ନ ବ୍ଲକରେ ଡକାୟତି କରି ଲୋକଙ୍କ ନିଦ ହଜାଇ ଦେଇଥିଲେ। ଏହି ଡକାୟତ ମାନଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନର ମୁଣ୍ଡ୍ୟବ୍ୟଥାର କାରଣ ହୋଇଥିଲା। ଏହି ଡକାୟତ ମାନେ ଗୋଲାମୁଣ୍ଡା ବ୍ଲକ ର ପଟିଆଲ ପଡ଼ା, ପଞ୍ଜିଆଗ୍ରାମରେ ଡ଼କାୟତି ଓ ଧର୍ମଗଡସ୍ଥିତ ପୋଷ୍ଟ ଅଫିସରେ ଡକାୟତି ଉଦ୍ୟମ, ଧର୍ମଗଡ ଆକାଶ କଲେଜ ଠାରେ ଡକାୟତି, ଖଇରପଦର ଓ ରାଉରା ହଳଦୀ ଠାରେ ଡକାୟତି, କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଓ ଡୁଡକାଠେଙ୍ଗା, କନ୍ଦାବୁଟ୍ରା, କାଶୀବାହାଲରେ ଡକାୟତି ଓ ଜୟ ପାଟଣା ବ୍ଲକର ଡଙ୍ଗରିଗୁଡ଼ା ଡ଼କାୟତି ମାମଲାରେ ଏହି ଡକାୟତ ଦଳ ସଂପୃକ୍ତ ଥିଲେ ବୋଲି ଆଜି କଳାହାଣ୍ଡି ଏସପି ଅଭିଳାଷ ଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଗିରଫ ଡକାୟତ ମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଇମାନୁଏଲ୍ ହରିଜନ (ସଲମାନ୍),ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ (ଟୁନୁ), କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲାର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲାର ପରମେଶ୍ବର ବାଗ(ଖଇରପଦର), ସୋମେଶ୍ୱର ନାଏକ(ପଂଜିଆ),ରୋହିତ ନିଆଲ(ଖମାର ହଲଦି) ଓ ଦିନେଶ ବୈଠାରୁ (ଜୟପାଟଣା)। ଉକ୍ତ ଡକାୟତ ମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ଗୋଟି ମୋଟରସାଇକେଲ,୧୧ ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା,୪୪୭,୭୪୦ ଗ୍ରାମ ରୁପା ସହ ଡ଼କାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ଗତକିଛିଦିନ ହେଲା କଳାହାଣ୍ଡି ଜିଲ୍ଲାର କୋକସରା, ଗୋଲମୁଣ୍ଡା , ଜୟପାଟଣା  , ଧର୍ମଗଡ଼ ଅଞ୍ଚଳରେ ଡକାୟତି ଓ ଚୋରି କରିଥିଲେ ।ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାହିତ୍ୟ ଅଗଣା

Sunil Chandra Nayak

କବିତା – ଆମ ଭାଷା ଆମ ମାଆ ପରି

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ନିର୍ବାସିତ ମେଘ

Sunil Chandra Nayak

Leave a Comment

error: Content is protected !!