ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇ-ଖବରକାଗଜ ‘ଓଡ଼ିଆ ବାର୍ତ୍ତା’ ଲୋକାର୍ପିତ

ଉତ୍କେଲା,୦୭/୦୮  କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଓଡିଆ ବାର୍ତ୍ତା କାର୍ଯ୍ୟାଳୟ ଠାରେ ‘ଓଡିଆ ବାର୍ତ୍ତା ସାପ୍ତାହିକ ଇ-ଖବରକାଗଜ’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, କାଉନସିଲର ରୋହିତ ଜୈନ ଓ ପ୍ରକାଶ ବନଛୋର, ଓଡ଼ିଆ ବାର୍ତ୍ତା ମୁଖ୍ୟ ପରିଚାଳନା ନିର୍ଦ୍ଦେଶିକା ସଂଯୁକ୍ତା ନାଗ ଯାଦବ, ପରିଚାଳନା ନିର୍ଦ୍ଦେଶିକ ଗୋବିନ୍ଦ ବନଛୋର, ସୁନୀଲ କୁମାର ଅଗ୍ରୱାଲ, ବିଜୟ ଧଙ୍ଗଡ଼ାମାଝୀ ଓ ଡାକେଶ୍ବର ଲହଜଲ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଦୀର୍ଘ ପାଞ୍ଚ ବର୍ଷଧରି ନିରବଚ୍ଛିନ୍ନ ଭାବେ ଡିଜିଟାଲ ମିଡିଆ ଓଡ଼ିଆ ବାର୍ତ୍ତା ଜନଜୀବନର ଗାଥା ଓ ଖବର ପ୍ରସାରଣ କରି ଆସୁଛି। ବର୍ତ୍ତମାନ ଏହା ସାପ୍ତାହିକ ଇ-ଖବରକାଗଜ ଭାବେ ପ୍ରକାଶ ପାଇବ ବୋଲି ଓଡିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି। ଅତିଥିମାନେ ଓଡ଼ିଆ ବାର୍ତ୍ତାର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିବାସହ ଆଗାମୀ ଦିନରେ ଏହା ସାଧାରଣ ଜନତାର ସ୍ବର ହେଉ ବୋଲି ମତବ୍ୟକ୍ତ କରିଥିଲେ। ପରିଚାଳନା ସଂପାଦକ ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ସହସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଓଡିଆ ବାର୍ତ୍ତା ପରିବାରର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବଙ୍କିମ ମୁଣ୍ଡ ଙ୍କ କବିତା ଖରା

ନୂତନ ରାଷ୍ଟ୍ରପତି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ୟୁନାଇଟେଡ଼ ଖ୍ରୀଷ୍ଟିଆନ୍ ସଂଘ

Sunil Chandra Nayak

Leave a Comment

error: Content is protected !!