ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ମହିଳା ଆୟୋଗ ଦ୍ୱାରା ସମ୍ମାନିତ ହେଲେ କୋକସରା ସରପଞ୍ଚ

କୋକସରା,୭/୮- ( ମ ନି ସ) ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ସମ୍ମାନିତ ହେଲେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ । ମହିଳା ସଶକ୍ତିକରଣ ଓ ମହିଳାଙ୍କ ଅଧିକାର ସମ୍ପର୍କରେ ବିଭିନ୍ନ ସମୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ଓ କରୋନା ମହାମାରୀ ସମୟରେ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ମନୋବଳ ବଢ଼ାଇବା ଭଳି ସାମାଜିକ କାର୍ଯ୍ୟ ପାଇଁ ଶନିବାର ଓଡିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ତାଙ୍କୁ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଛି। କରୋନା ସମୟରେ ମଧ୍ୟ ସରପଞ୍ଚ ରହିଥବା ବେଳେ ପ୍ରବାସୀ ଶ୍ରମିକଙ୍କୁ ଉତ୍ତମ ବ୍ୟବହାର ପାଇଁ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ ରେ ପ୍ରଶଂସିତ କରାଯାଇଥିଲା। ଶନିବାର ଭବାନୀପାଟଣା ଓୟୁଏଟି କୃଷି ମହାବିଦ୍ୟାଳୟରେ ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଓଡିଶା ମହିଳା ଆୟୋଗ ଦ୍ୱାରା ତାଙ୍କୁ ମହିଳା ଆୟୋଗର ଅଧ୍ୟକ୍ଷା ଡ଼. ମିନତି ବେହେରା, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡି, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୋୖରାଧକ୍ଷ୍ୟା ଭବାନୀପାଟଣା ସଂଯୁକ୍ତା ବେହେରା, ମହିଳା ଆୟୋଗ ସଦସ୍ୟା ସ୍ବର୍ଣ୍ଣଲତା ସାମଲ ସମେତ ଅନ୍ୟ ଅତିଥି ଙ୍କ ଉପସ୍ଥିତିରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି।

Related posts

ବିଧାନସଭା ମୌସୁମୀ ଅଧିବେଶନ: ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ

ଟଙ୍କା ଦେଇ ଶାରେରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

ଦୈନିକ ଖବର କାଗଜ ‘ସକାଳ’ ଓ ଜୁନିଅରରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!