ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବ୍ରହ୍ମ ଅଭିଶାପ ମୋ ଉପରେ ପଡୁ
      ବ୍ରହ୍ମାଣ୍ଡ ଉଦ୍ଧାର ହେଉ
ଚାହିଁଛି ପ୍ରଭୁଙ୍କୁ ଦୃଷ୍ଟି ଚଉଦିଗ
       ରକ୍ଷା କର ମହାବାହୁ।
ଏତେ ନାମ ନେଲ ଆହେ ବିଶ୍ବ ପତି
       ବିପଦ ଭଞ୍ଜନ ହରି
ସଂସାର ନଉକା ପାରି କରି ଦେବ
    ନାବିକ ମୋର ଗୁହାରୀ।
ଭଲମନ୍ଦ କଥା ତୁଟାଇବ ବ୍ୟଥା
    ସବୁ ତୁମ ହାତ କାମ
ଯାହାକୁ ଯେମିତି ବଚନ ଦେଉଛ
    ପାଳନ ଜପ ତୋ ନାମ।
ନିରାକାର ବ୍ରହ୍ମ ସ୍ବୟଂ ନାରାୟଣ
    ଦାରୁ ରୂପେ ପାଉ ପୂଜା
ଦର୍ଶନ କରିଲେ ସାକ୍ଷାତ ଆସୁଛ
    ଦେଉଳେ ଉଡ଼ାଇ ଧ୍ଵଜା।
ଭକ୍ତ ବନ୍ଧୁ ଜନ ତୋ ପ୍ରେମେ ବାଇଆ
       ଭଜୁଛି ତୋର କୀର୍ତ୍ତନ
ପାଇବାକୁ ହବ ଭକ୍ତିରେ ଚିନ୍ତିଲେ
      ପ୍ରଭୁ ହେ ଦିଅ ଦର୍ଶନ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

 

Related posts

ସାହିତ୍ୟ ଅଗଣା

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା ପ୍ରୟାସ…

Sunil Chandra Nayak

ପୁଣି ଭାଙ୍ଗିଲା ଅପ୍ରୋଚ  ରୋଡ଼,, ଜୁନାଗଡ -ଧର୍ମଗଡ ଜାତୀୟ ରାଜପଥ ରେ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

Sunil Chandra Nayak

Leave a Comment

error: Content is protected !!