ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ କୃମି ମୁକ୍ତ ଦିବସ ପାଇଁ ତାଲିମ

 ତେନ୍ତୁଳିଖୁଣ୍ଟି 8/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଦୁଇଟି ପର୍ଯ୍ୟାୟରେ ଜାତୀୟ କୃମିମୁକ୍ତ ଦିବସ ପାଳନ ପାଇଁ ପ୍ରଧାନ ଶିକ୍ଷକ/ଶିକ୍ଷକ ଅଙ୍ଗନବାଡ଼ି କର୍ମୀ ଙ୍କୁ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟ 10 ରୁ ଗୋଟେ ଓ ଦ୍ଵିତୀୟ ପର୍ଯ୍ୟାୟ ଦୁଇ ଟା ରୁ ଚାରିଟା ତାଲିମ ଦିଆ ଯାଇଥିଲା। 1 ରୁ 19 ବର୍ଷ ଛାତ୍ରୀ ଛାତ୍ର ଙ୍କୁ କୃମିମୁକ୍ତ ରଖିବା ପାଇଁ ଔଷଧ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅଁଳା ଭଟ୍ଟା, ପାତ୍ରପୁଟ, ଅଂଚଳଗୁମ୍ମା କଂଗ୍ର ,କଣ୍ଟାଗାଁ ଝରିଗୁମ୍ମା, ଦ୍ଵିତୀୟ ପର୍ଯ୍ୟୟରେ ପୂଜାରିଗୁଡା, ତେନ୍ତୁଳିଖୁଣ୍ଟି, ଦିଗି,ମ ଞ୍ଚା ଗାଁ ,ଲମତାଗୁଡା ଓ ପି ବାରଙ୍ଗ ପଦର ପଂଚାୟତ ର ଶିକ୍ଷକ ତଥା ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ଦିଆ ଯାଇଥିଲା। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାର ପ୍ରାପ୍ତ ଅଧିକାରୀଡାକ୍ତର ସମଲାଇ ପ୍ରସାଦ ପଣ୍ଡା,ବି ପି ଓ ରଂଜନ ମିଶ୍ର, ମହିଳା ସୁପର ଭାଇଜର ମାରସେଲା ବାର୍ଳା, ଏ ବି ଇ ଓ ମହୋ ନ ମଧୁସୂଦନ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ

Sunil Chandra Nayak

ମାରୱାଡ଼ି ଯୁବା ମଞ୍ଚ ଓ ସୁବର୍ଣ୍ଣରେଖା ମହିଳା ମଞ୍ଚର ମିଳିତ ଉଦ୍ୟମ ରେ ରକ୍ତଦାନ ଶିବିର ରେ 102 ୟୁନିଟ ରକ୍ତ ସଂଗ୍ରହ 

Sunil Chandra Nayak

କୋକସରା ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!