ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ କୃମି ମୁକ୍ତ ଦିବସ ପାଇଁ ତାଲିମ

 ତେନ୍ତୁଳିଖୁଣ୍ଟି 8/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଦୁଇଟି ପର୍ଯ୍ୟାୟରେ ଜାତୀୟ କୃମିମୁକ୍ତ ଦିବସ ପାଳନ ପାଇଁ ପ୍ରଧାନ ଶିକ୍ଷକ/ଶିକ୍ଷକ ଅଙ୍ଗନବାଡ଼ି କର୍ମୀ ଙ୍କୁ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟ 10 ରୁ ଗୋଟେ ଓ ଦ୍ଵିତୀୟ ପର୍ଯ୍ୟାୟ ଦୁଇ ଟା ରୁ ଚାରିଟା ତାଲିମ ଦିଆ ଯାଇଥିଲା। 1 ରୁ 19 ବର୍ଷ ଛାତ୍ରୀ ଛାତ୍ର ଙ୍କୁ କୃମିମୁକ୍ତ ରଖିବା ପାଇଁ ଔଷଧ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅଁଳା ଭଟ୍ଟା, ପାତ୍ରପୁଟ, ଅଂଚଳଗୁମ୍ମା କଂଗ୍ର ,କଣ୍ଟାଗାଁ ଝରିଗୁମ୍ମା, ଦ୍ଵିତୀୟ ପର୍ଯ୍ୟୟରେ ପୂଜାରିଗୁଡା, ତେନ୍ତୁଳିଖୁଣ୍ଟି, ଦିଗି,ମ ଞ୍ଚା ଗାଁ ,ଲମତାଗୁଡା ଓ ପି ବାରଙ୍ଗ ପଦର ପଂଚାୟତ ର ଶିକ୍ଷକ ତଥା ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ଦିଆ ଯାଇଥିଲା। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାର ପ୍ରାପ୍ତ ଅଧିକାରୀଡାକ୍ତର ସମଲାଇ ପ୍ରସାଦ ପଣ୍ଡା,ବି ପି ଓ ରଂଜନ ମିଶ୍ର, ମହିଳା ସୁପର ଭାଇଜର ମାରସେଲା ବାର୍ଳା, ଏ ବି ଇ ଓ ମହୋ ନ ମଧୁସୂଦନ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଅର୍ଥ ସାଜିଛି ବାଧକ ଖଟରେ ବିତୁଛି କେଶରୀ ତାଣ୍ଡିଙ୍କ ଜୀବନ

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତର ଖାନାରୁ ହଟାଇ ନିଆଗଲା ଆଉ ଜଣେ ଡାକ୍ତର ଙ୍କୁ : ତେଜୁଛି ଅସନ୍ତୋଷ 

Leave a Comment

error: Content is protected !!