ଡାବୁଗାଁ, ୮/୮ – ନବରଙ୍ଗପୁର ଜିଲା ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ତରଫରୁ ଏକ ଦାବୀପତ୍ର ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଙ୍କୁ ସୋମବାର ପ୍ରଦାନ କାରରଯାଇଛି | ଦାବିପତ୍ର ରେ ଡ୍ରାଇଭର ମହାସଂଘ ନିମନ୍ତେ ଜାଗା ଚିହ୍ନଟ ଓ ପ୍ରଦାନ ପାଇଁ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ଡ୍ରାଇଭର ମହାସଂଘ ର ଡାବୁଗାଁ ବ୍ଲକ ସଭାପତି ସନ୍ତୋଷ କୁମାର ଭତ୍ରା, ଉପସଭାପତି ଦିଲୀପ ନାୟକ , କୋଷଧକ୍ଷ ଦିଲୀପ କୁମାର ପାତ୍ର, ସମ୍ପାଦକ ଅମୀର ଅଲ୍ଲୀ ଖାନ, ସମ୍ପାଦକ ବିଶ୍ୱଜିତ ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଙ୍ଘ ଏକ ଅସ୍ଥାୟୀ ଗୃହରେ ନିଜର କାର୍ଯ୍ୟାଳୟ କରିଛି ତେଣୁ ସଙ୍ଘ ର ଏକ ସ୍ଥାୟୀ କାର୍ଯ୍ୟାଳୟ ଗୃହ କରିବା ନିମନ୍ତେ ଜାଗା ପାଇଁ ଦାବି ଜଣା ଯାଇଛି । ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ