ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ 

ଚନ୍ଦାହାଣ୍ଡି – (8/8 ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସାର ଦୋକାନକୁ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ଆୟୂର୍ଦେହି ମିଶ୍ର,ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ, ସହକାରୀ କୃଷି ଅଧିକାରୀ ଅମିତ କୁମାର ମଲିକ ଏକ ଟିମ ସହ ତନଖି କରିଥିଲେ l ଉକ୍ତ ଟିମ ମହମ୍ମଦ ଏଜାଜ ଙ୍କ ସାର ଦୋକାନ ପରିଦର୍ଶନ କରିଥିଲେ l ପରିଦର୍ଶନ ପରେ ସାର ଦୋକାନୀ ଦୋକାନ ସମ୍ମୁଖରେ ସାଇନ ବୋର୍ଡ, ଦର ତାଲିକା, ଷ୍ଟକ ପୋଜିସନ,ଲାଇସେନ୍ସ କପି ଟାଙ୍ଗୀବାରେ ଅନିୟମିତତା ଲକ୍ଷକରି ଅସନ୍ତୋଷ ପ୍ରକାଶ କରିବା ସହ ଦୋକାନୀଙ୍କୁ ତାଗିଦ କରିଥିଲେ l କେତେକ ଦୋକାନରେ ଷ୍ଟକ ଖାତା ଓ ବିକ୍ରୟ ଖାତା ଠିକ ନଥିବାରୁ ପରବର୍ତୀ ପରିଦର୍ଶନ ସମୟରେ ଠିକ କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରକାଶ ଯେ ଚନ୍ଦାହାଣ୍ଡି ବ୍ଲକ ରେ ଚାଷୀମାନେ ସାର ବ୍ୟବହାର ଅଧିକ କରୁଥିବା ସହ ଜଙ୍ଗଲ ଜମିରେ ମକା ଚାଷ କରୁଥିବାରୁ ଆବଶ୍ୟକ ପରିମାଣରୁ ଅଧିକ ସାର ଦରକାର ପଡୁଛି l ସରକାର କୃଷି ବିଭାଗ ର ଚାଷ ଅନୁସାରେ ସାର ଯୋଗାଉ ଥିବାବେଳେ, ଜଙ୍ଗଲ ଜମିରେ ଚାଷ ପାଇଁ ସାର ଯୋଗାଉ ନାହାନ୍ତି l ତେଣୁ ସମସ୍ତ ଚାଷୀ ଙ୍କୁ ନିଜ ଆଧାର କାର୍ଡ ରେ ସରକାରୀ ମୂଲ୍ୟ ରେ ସାର ଦେବା ପାଇଁ ଦୋକାନୀ ଙ୍କୁ କହିଥିଲେ l

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପୁଣି ଲାଗିଲା ଖାକିରେ କଳଙ୍କର ଛିଟା

Sunil Chandra Nayak

ବାଉଁଶ ପାଳ ଗ୍ରାମ ରେ ମା ଦୁର୍ଗାଙ୍କ ଷୋଳ ପୂଜା ବିଧି ସଂପନ୍ନ

Sunil Chandra Nayak

ପିଏମ କିଷାନ ଯୋଜନା: ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି, ୧୨ କୋଟି କୃଷକ ଉପକୃତ

Sunil Chandra Nayak

Leave a Comment

error: Content is protected !!