ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ଫଳରେ ଗାଁ ଭିତରେ ତିନି ଫୁଟ ପାଣି , ପାଣି ଘେରରେ ଅନେକ ଗ୍ରାମ 

କୋଷାଗୁମୁଡ଼ା ୦୮|୦୮ କୋଷାଗୁମଡା ବ୍ଲକ ରେ୩ଦିନ ଲଗାଣ ବର୍ଷା ଫଳରେ ବାମୁଣି ପଂଚାୟତ କେରଲା ଗ୍ରାମରେ ବର୍ଷା ପାଣି ପଶି ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଯାଇଛି । ଗାଁ ଭିତରେ ପ୍ରାୟ ତିନି ଫୁଟ ପାଣି ଚାଲି ଥିବା ଦେଖିବାକୁ ମିଳିଥିଲା।ଫଳରେ ଘରେ ଘରେ ପାଣି ପଶି ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନ ମିଳିଛି। ତୁଳା ରାମ ବିଶୋଇଙ୍କ ଘରେ ପାଣି ପଶି ଚାଷ ପାଇଁ ରଖାଯାଇ ଥିବା ୧୫ ବସ୍ତା ୟୁରିଆ ସାର ୧୦ବସ୍ତା ଧାନ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି।ସେହିପରି ଘନ ଶ୍ୟାମ ବିଶୋଇଙ୍କ ଘରେ ୨୫ ବସ୍ତା ପଟାସ ସାର ଏବଂ ଚାଉଳ ପାଣି ରେ ଭିଜି ନଷ୍ଟ ହୋଇ ଯାଇଛି।ଗାଁ ରେ ଜଳ ନିଷ୍କାସନ ର ର ଠିକ ସୁବିଧା ନ ଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ଜଳସ୍ତର ତିନି ଦିନଧରି ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଲୋକଙ୍କ ଜୀବନଯାତ୍ରା । ଉଭୟ ନଦୀ ଅବବାହିକରେ ଥିବା କୋଷାଗୁମୁଡା ବ୍ଲକର ଉକିଆପାଲି, ଚିର୍ମା, ସାନ-ଆମ୍ବଡା, କୋକଡି ସେମଳା, ବିଞ୍ଜଲି ପଞ୍ଚାୟତର ପ୍ରାୟ ୧୨ରୁ ଉର୍ଦ୍ଧ୍ଵ ଗାଁରେ ଦେଖାଦେଇଛି ବନ୍ୟା ଆଶଙ୍କା । ଯାହାକୁ ନେଇ ୫ଟି ପଞ୍ଚାୟତର ୧୨ଟି ଗାଁର ଲୋକେ ଆତଙ୍କିତ ଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ସୁଦ୍ଧା ଭାସ୍କେଲ ନଦୀରେ ଜଳସ୍ତର ପ୍ରାୟ ୧ଫୁଟ ତଳକୁ ରହିଥିବା ନେଇ ଅବବାହିକାରେ ଥିବା ଗାଁ ଗୁଡିକ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି। କ୍ରମାଗତ ଭାବେ ଯଦି ସୋମବାର ରାତିରେ ବର୍ଷା ହୁଏ ତେବେ ପ୍ରତିବର୍ଷ ଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଶଙ୍କା ରହିଛି I  ନଦୀକୁଳକୁ ଲାଗି ରହିଥିବା ଗାଁ ବି.ଏମ.ସେମଳା ପଞ୍ଚାୟତର କେରାଣ୍ଡିମାଳ, ଉକିଆପାଲି ପଞ୍ଚାୟତର ବରଗାଁ, ହର୍ଦ୍ଦୋଳି, ଘାଟବାସଲିଠାରେ ନଦୀର ଜଳସ୍ତର ନଦୀ ମୁହାଣକୁ ଲାଗିରହିଛି । ସେହିପରି କର୍ଚାମାଳ-ମିଚିଆ, ଚିର୍ମା-ଅସଙ୍ଗା, କେରାଣ୍ଡିମାଳ-ରୁନିଗୁଡା,ଚୁରୁଚୁଣ୍ଡା_- ବି ଗୁମଣ୍ଡଳୀ , ବି ଏମ୍ ସେମଳା- କୋଣ୍ଡା ପୁରୀ, ଚିର୍ମା – ଅସୋଙ୍ଗା ବଡ ଆମ୍ବଡା -ହର୍ଦ୍ଦୋଳି ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେଉଥିବା ହେତୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଥିଲା l

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

କଲମପୁର ବ୍ଳକ-କିରୋସିନ ଯୋଗାଣ ରେ ଦୁର୍ନୀତି ର ଗନ୍ଧ

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ସମ୍ମାନଜନକ ଡି.ଲିଟ୍  ଡିଗ୍ରୀ         

Sunil Chandra Nayak

Leave a Comment

error: Content is protected !!