ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଲବମ ଭକ୍ତ ଙ୍କୁ ପାଣିଢ଼ାଳି ଉତ୍ସାହିତ କଲେ ବିଧାୟକ 

ଚନ୍ଦାହାଣ୍ଡି(୮/୮ ମ ନି ସ) ଶ୍ରାବଣ ମାସର ଶେଷ ସୋମବାର ରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ବିଭିନ୍ନ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ପୂଜାରିଗୁଡ଼ା , ଚନ୍ଦାହାଣ୍ଡି , ବଇଦପଡ଼ା , ବୋରିଗୁଡ଼ା, ଫଟକି, କୋଇଲିମୁଣ୍ଡା , ହଳଦୀ, ବୋବ ରିଆ,ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେଜଣେ ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | କୋଇଲିମୁଣ୍ଡା ଓ ବଇଦପଡ଼ା ବୋଲବମ୍ ଭକ୍ତ ମାନେ ନାଗବମ୍ ରେ ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର କୁ ପାଣି ଢାଳିବା ପାଇଁ ଯିବା ସମୟ ରେ ଝରିଗାଁ ବିଧାୟକ ପ୍ରକାଶ ମାଝୀ ପହଞ୍ଚି ବୋଲବମ୍ ଭକ୍ତ ଙ୍କ ଦେହରେ ପାଣି ଓ ଫୁଲ ଦେଇ ଉତ୍ସାହିତ କରିଥିଲେ lମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରଯାଇଥିଲା |

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସସ୍ମିତେଶ ସାହୁ ଙ୍କ କବିତା ଓଁ ନମଃ ଗଣେଶାୟଃ

Sunil Chandra Nayak

ରାଜପୁତ କ୍ଷତ୍ରିୟ ପାଇକ ସମାଜର ଦଶମ ମହାସଭା

Sunil Chandra Nayak

ଆଜି ଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!