ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଲବମ ଭକ୍ତ ଙ୍କୁ ପାଣିଢ଼ାଳି ଉତ୍ସାହିତ କଲେ ବିଧାୟକ 

ଚନ୍ଦାହାଣ୍ଡି(୮/୮ ମ ନି ସ) ଶ୍ରାବଣ ମାସର ଶେଷ ସୋମବାର ରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ବିଭିନ୍ନ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ପୂଜାରିଗୁଡ଼ା , ଚନ୍ଦାହାଣ୍ଡି , ବଇଦପଡ଼ା , ବୋରିଗୁଡ଼ା, ଫଟକି, କୋଇଲିମୁଣ୍ଡା , ହଳଦୀ, ବୋବ ରିଆ,ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେଜଣେ ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | କୋଇଲିମୁଣ୍ଡା ଓ ବଇଦପଡ଼ା ବୋଲବମ୍ ଭକ୍ତ ମାନେ ନାଗବମ୍ ରେ ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର କୁ ପାଣି ଢାଳିବା ପାଇଁ ଯିବା ସମୟ ରେ ଝରିଗାଁ ବିଧାୟକ ପ୍ରକାଶ ମାଝୀ ପହଞ୍ଚି ବୋଲବମ୍ ଭକ୍ତ ଙ୍କ ଦେହରେ ପାଣି ଓ ଫୁଲ ଦେଇ ଉତ୍ସାହିତ କରିଥିଲେ lମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରଯାଇଥିଲା |

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି

Sunil Chandra Nayak

ଅର୍ପିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଡକ୍ଟର ଅଜିତ ବେହେରାଙ୍କୁ ଶିକ୍ଷା ଭାରତୀ ସମ୍ମାନ

Sunil Chandra Nayak

Leave a Comment

error: Content is protected !!