ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମଧୁର କଳ୍ପନା

    ମଧୁର କଳ୍ପନା

          ବେଣୁଧର ସୂତାର

ଶିରିଶିରି ଭରା ସମୀରଣେ
ମୌସୁମୀ ର ମଙ୍ଗଳାଚରଣେ
ଭିଜାଭିଜା ଯେତେ ସବୁ
ମୋ ମନର ମଧୁର କଳ୍ପନା
କେତେ ଭାବପ୍ରବଣତା
ମଗ୍ନ ମାଟି ମଧୁରତା
ବିଶ୍ୱାସ ର ବିସ୍ତୀର୍ଣ୍ଣ ବୁକୁରେ
ମମତାର ମଧୁ ଆଳାପନା ।।
ଶିଶିର ବିନ୍ଦୁର ହସେ
ସାଧବବୋହୂର ବେଶେ
  ଚେତନାର ନରମ ପରଶେ
ଭାସିଯାଏ ଭାବନା ସ୍ରୋତରେ
ପୁଲକିତ କେତେ ଆଶା
ମନେ ମୌନ ପରିଭାଷା
କଳ୍ପନା କଦମ୍ବ ତୃଷା
ମିଠା ମିଠା ଭାବ ଅନ୍ତଃସ୍ବରେ ।।
ଶ୍ୟାମଭରା ଶ୍ରାବଣରେ
ଫୁଲଭରା ଫଗୁଣରେ
ଅସ୍ତରାଗ ସୁରେସୁରେ
କଳ୍ପନା ନଦୀର ଚାରୁ
             ସମ୍ମୋହନୀ ତୀରେ
ଦିନେ ନୁହେଁ ସବୁଦିନେ
ମାନସେ ସପନ ବୁଣେ
କଳ୍ପନା ଲହରୀ ତୋଳେ
ମୋର ନୀଳ ଆଖି ଅଇନାରେ ।।
ସୁଧା ମନ୍ଦାକିନୀ ପରି
ମାନସୁ ଆସଇ ଝରି
ତନ୍ମୟ ଧାରାର ମିଠା ମିଠା
 ଶବ୍ଦଆଉଭାଷାର ଅମୃତନିର୍ଝର
ମନର ବିମୁଗ୍ଧ ଆଶା
କବିତା ଲଳିତ ଭାଷା
ଏ ମନେ ସପନ ରଚେ
ଅବ୍ୟକ୍ତ ଉଲ୍ଲାସେ ନାଚେ
ତଲ୍ଲୀନ ଅନ୍ତରେ ଖେଳେ
              ଭବ୍ୟ ଭାବାନ୍ତର ।।
ଭାବମୟ ସମୁଦ୍ରରେ
ଲେଖନୀରୁ ଲିପି ଝରେ
ଛନ୍ଦମୟ ସୁର ତାଳ
କଳକଳ ନିନାଦ ମଧୁର
ଅମିୟ କଳ୍ପନା ସ୍ରୋତେ
ଆନନ୍ଦର ଅଶ୍ରୃ ପାତେ
ଏ ମନେ ଉଦ୍ ବେଗ ଜାଗେ
ଏକାନ୍ତରେ ଭିଜିବାକୁ 
                 ଜନ୍ମ ଜନ୍ମାନ୍ତର ।।

କେଶଦୁରାପାଳ , କେନ୍ଦୁଝର

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାହିଁକି ସପନେ ଆସୁଛ 

Sunil Chandra Nayak

ଧର୍ମଗଡ ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା

Sunil Chandra Nayak

ଆଜାଦ୍ କୀ ଅମୃତ ମହୋତ୍ସବ୍ ଉପଲକ୍ଷେ ସାଇକେଲ ରାଲି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!