ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରି ଦିନ ଧରି ଲଗାଣ ବର୍ଷା, କାନ୍ଥ ପଡି ନାବାଳକ ମୃତ   

  ରାଇଘର -: ନବରଙ୍ଗପୁର ଜିଲା ରାଇଘର ବ୍ଲକ  କୁରାବେଡା  ପଂଚାୟତ ର କୁବୁଡାଡିହି ଗ୍ରାମର ୯ ବର୍ଷ ନାବାଳକ ମୃତ ହୋଇଥିବା ଜଣାପଡିଛି l ଚଳିତ ବର୍ଷ ବର୍ଷା ର ପରିମାଣ ଅଧିକା ରହିଥିବା ବେଳେ ଦୀର୍ଘ ୪ ଦିନ ଧରି ଲଗାଣ ବର୍ଷା ହୋଇଥିବାରୁ, କୁବୁଡାଡିହି ଗ୍ରାମ ରେ ଘର କାନ୍ଥ ପଡି ୯ ବର୍ଷ ନାବାଳକ ର ମୃତ ହୋଇଥିବା ଜଣାପଡିଛି l କୁବୁଡାଡିହି ଗ୍ରାମର କଲୁ ରାମ ଗଣ୍ଡ ଙ୍କ ଦୁଇ ପୁଅ ବଡ଼ ପୁଅ ୧୦ ଓ ସାନ ପୁଅ ଅଲେଶ ଗଣ୍ଡ (୯) l ଅଲେଶ ଗଣ୍ଡ ଙ୍କ ମା ମଙ୍ଗଳବାର ସକାଳେ କୁଲି କାମ କରିବାକୁ ବାହାରିବା ସମୟରେ ଦୁଇ ପୁଅ ମା ସଙ୍ଗରେ ବାହାରୁ ଥିଲେ, ଅଧିକ ବର୍ଷା ହୋଇଥିବାରୁ ମା ଦୁଇ ପୁଅ ଙ୍କୁ ୧୦ ଟଙ୍କା ଦେଲେ ଆଉ କହିଲେ ଦୁଇ ଭାଈ ମିଶି ଚକ୍ଲେଟ୍ ଆଣି ଜେଜେ ବାପା ଙ୍କ ପାଖରେ ଘରେ ରୁହ କହି ମା କୁଲି କାମ କରିବାକୁ ବାହାରିବା ପରେ ଦୁଇ ଭାଈ ନିକଟବର୍ତୀ ଦୋକାନ ଯାଇ ଚକ୍ଲେଟ୍ ଆଣି ଘରକୁ ଫେରିଥିଲେ, ଘର ଭିତରେ ବଡ ଭାଈ ପଶିଲେ ପଛରେ ଅଲେଶ ଛତା ଧରି ଘର ଭିତରେ ଯିବା ସମୟରେ ଘର କାନ୍ଥ ଅଲେଶ ଉପରେ ପଡ଼ିବାରୁ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି l ଖବର ପାଇ ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ, ଏସ୍ ଆଈ ମନୋଜ ବେହେରା ଓ ଏ ଏସ୍ ଆଈ ରବିନ୍ଦ୍ର ପ୍ରଧାନ , ବଂଶୀ ବିଶୋଇ ଘଟଣା ସ୍ଥଳରେ  ପହଞ୍ଚି ଶବ ଉଦ୍ଧାର କରି ବେବଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିବା ଜଣାପଡିଛି l ରାଇଘର ପୋଲିସ କେସ ନୋ ୫୪ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଜିଆରଏସଙ୍କ ବିରୋଧରେ ସରପଞ୍ଚ ଦେଇଥିବା ଅଭିଯୋଗ ମିଥ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ମାଝୀଗୁଡା ସମିତି ସହ ୱାର୍ଡ ସଭ୍ୟା ସଭ୍ୟ

Sunil Chandra Nayak

ଗଣ୍ଡାମେର ନେତାଜୀ ସଂଯୁକ୍ତ ବିଦ୍ୟାର୍ଥୀଙ୍କ ହିନ୍ଦୁ ନବବର୍ଷ ପାଳିତ

Sunil Chandra Nayak

ନର୍ଲା – ସାପ୍ତାହିକ ବଜାର ଦିନ ବିଜେଡ଼ିର ଜଳସେବା

Leave a Comment

error: Content is protected !!