ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ପ୍ରତିଷ୍ଠା ଦିବସ ପାଳନ 

ରୁପ୍ରା, ୯/୮ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଆଜି ପୂର୍ବାହ୍ନରେ ଶିକ୍ଷାକେନ୍ଦ୍ରର ୨୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନର୍ଲାବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ସମ୍ମାନିତ ଅତିଥିଭାବେ ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନମ୍ରତା ସାହୁ, ରୁପ୍ରା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଡଲି ବେହେରା, ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠକ ସରୋଜ ଭାଇ ଓ ଦିଗୃ ଭାଇ ଯୋଗଦାନ କରିଥିବା ବେଳେ ମୂଖ୍ୟ ବକ୍ତା ଭାବରେ ରାଜ୍ଯ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠକ ତଥା ଭୂବନେଶ୍ବର ନବ ଜୀବନ ଶିକ୍ଷା ଟ୍ରଷ୍ଟର ସଭ୍ୟ ଶ୍ରୀଯୁକ୍ତ ବ୍ରଜକିଶୋର ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ସୂଚନାଯୋଗ୍ୟ ୧୯୮୩ ମସିହା ଜାନୁଆରୀ ମାସ ୧୬ ତାରିଖରେ ଅଞ୍ଚଳର କିଛି ଯୁବଗୋଷ୍ଠୀଙ୍କ ପ୍ରଚେଷ୍ଟାରେ ରୁପ୍ରା ଠାରେ ଶ୍ରୀଅରବିନ୍ଦ ପାଠଚକ୍ର ଗଠନ ହେବା ସହ ଉକ୍ତ ଯୁବଗୋଷ୍ଠୀ ପଣ୍ଡିଚେରୀ ସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମର ସାଧକ ମାନଙ୍କ ସହ ଯୋଡି ହୋଇଥିଲେ ଓ ଅଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ୧୯୯୫ ମସିହା ଆଜିର ଦିନରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗଠନ କରିଥିଲେ। ପ୍ରାରମ୍ଭରୁ ଉକ୍ତ ଶିକ୍ଷାକେନ୍ଦ୍ର ପରିଚାଳନା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ। ପରେ ବିଭିନ୍ନ ସୂତ୍ରରୁ ଅର୍ଥ ଯୋଗାଡ଼ କରି ଶିକ୍ଷାଦାନ ପାଇଁ ସ୍କୁଲ୍ ଗୃହ ତିଆରି କରିଥିଲେ। ଉକ୍ତ ଶିକ୍ଷାକେନ୍ଦ୍ରର ଶିକ୍ଷାଦାନ ଠିକ୍ ଥିବାରୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ ବସି ପାଠ ପଢିବା ପାଇଁ ସ୍କୁଲ୍ ଘରେ ଯାଗାର ଅସୁବିଧା ଦେଖା ଦେଲା। ଫଳରେ ସେହି ସମୟରେ କେସିଙ୍ଗା ବିଧାୟକ ଥିବା ମାତୃଭକ୍ତ ଶ୍ରୀଯୁକ୍ତ ଧନେଶ୍ବର ମାଝୀ ତାଙ୍କ ପାଣ୍ଠିରୁ ଅନୁଦାନ ରାଶି ପ୍ରଦାନ କରିବା ଯୋଗୁଁ ନୂତନ ସ୍କୁଲ୍ ଘର ଆଉ ପାଚେରୀ ନିର୍ମାଣ ହୋଇ ପାରିଥିଲା। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଥିବା ନର୍ଲାବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଉକ୍ତ ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ତିନି ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଆଜି ଘୋଷଣା କରିଥିଲେ। ଫଳରେ ଉକ୍ତ ଟଙ୍କାରେ ବିଦ୍ୟାଳୟର ଅସପୁର୍ଣ୍ଣ ଥିବା ପାଚେରୀ କାମ ପୁରା ହୋଇ ପାରିବ ବୋଲି ଆଶା କରାଯାଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ବେ ଏହି କାର୍ଯ୍ୟକ୍ରମରେ ଅନେକ ଅଭିଭାବକ/ଅଭିଭାବିକା, ମାତୃପ୍ରେମୀ, ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉକ୍ତ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ରୋହିତ ମାହାରଙ୍କ ସମେତ ସମସ୍ତ ଭାଇଅପା, ଅବସରପ୍ରାପ୍ତ ଦୁଇ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗରୁଡ଼ ସାହୁ ଓ ଶ୍ରୀଯୁକ୍ତ ଉଗ୍ରସେନ ସାହୁ , ପୁରାତନ ଛାତ୍ର ସଫ୍ଟ୍ ୱେର୍ ଇଞ୍ଜିନିୟର ଶ୍ରୀ ବିଶ୍ବରଞ୍ଜନ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ବରିଷ୍ଠ ମାତୃପ୍ରେମୀ ତଥା ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ସେନାପତି ପରିଚାଳନା କରିଥିବା ବେଳେ ବିବରଣୀ ପଠନ ଉକ୍ତ ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସମ୍ପାଦକ ତଥା ଅବସରପ୍ରାପ୍ତ ଜୁନାଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଜୟ ସେନାପତି କରିଥିଲେ ଓ ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମହେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ରେ ଖସିଲେ କୋଷାଗୂମୁଡ଼ା ରେ ଫସିଲେ, ବିଡ଼ିଓ ଅକ୍ଷମିତା କାର୍ତ୍ତିକ ?

Sunil Chandra Nayak

ଦାବି ପୂରଣ ନହେଲେ ୭ରୁ କଳାବ୍ୟାଜ, ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ

Sunil Chandra Nayak

ଅମିତା କାଡ୍ରାକା ହେଲେ କଲ୍ଯାଣସିଂପୁର ସମିତି ଅଧ୍ଯକ୍ଷା

Sunil Chandra Nayak

Leave a Comment

error: Content is protected !!