ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ତୁମେ ହିଁ ପାରିବ ମୁକ୍ତ କରି

ତୁମେ ହିଁ ପାରିବ ମୁକ୍ତ କରି

 

କୁନା ସେଠୀ

 

ବୃଦ୍ଧ ଦେବ ତୁମେ ଧରାକୁ ଆସିଲ

ସେବାକୁ ବରି

ପୁଣ୍ୟକୁ ଧରି

ବିଚାର କରି

ଅହିଂସାର ମନ୍ତ୍ର ଶିଖାଇ ଦେଲହେ

ଶିଷ୍ୟଙ୍କୁ ଧରି ।

 

ବୃଦ୍ଧ ହେ ତୁମେ ଏସିଆର ଆଲୋକ

ବାଣ୍ଟିଛ ଜ୍ଞାନ

ବୁଝାଇ ମନ

ହଜାଇ ଧନ

କାମନାକୁ ନାଶୀ ଧରାପୃଷ୍ଟେ ଆସି

ଭେଟିଛ ଜନ ।

 

ବୃଦ୍ଧ ହେ ତୁମେ ପ୍ରଭୁଙ୍କ ଅବତାର

ଦେଇଛ ବର

ଛାଡିଛ ଘର

ଦୁଃଖ ସଂସାର

ଦୁଃଖର କାରଣ ବୁଝାଇ ତୁମେ ହେ

ସାଜିଛ ବୀର ।

 

ବୃଦ୍ଧ ହେ ତୁମେ ସିଧା ତ କରିଅଛ

କେତେ ଦୁଷ୍ଟଙ୍କୁ

କେତେ ରାଜାଙ୍କୁ

କେତେ ପ୍ରଜାଙ୍କୁ

ଅହିଂସା ବଳରେ ଅସାଧ୍ୟ ସାଧନ

କରି ଧର୍ମକୁ ।

 

ବୃଦ୍ଧ ହେ ତୁମର ବୌଦ୍ଧ ଧର୍ମ ଯେ

ମହାନ ଧର୍ମ

ଶିଖାଏ କର୍ମ

ଛୁଅଇଁ ଚର୍ମ

ଜ୍ଞାନାଲୋକ ଦେଇ ମନରେ ଆମର

ବୁଝାଏ ମର୍ମ ।

ଭୁତସରସିଙ୍ଗି, ଗଞ୍ଜାମ

Related posts

ଜୟ କୁମାର ମିଶ୍ର ଙ୍କ କବିତା “କଳି ଯୁଗ କଂସ, କରେ ସର୍ଵନାଶ”

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମନ ଦର୍ପଣ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣୀ କନ୍ୟା

Sunil Chandra Nayak

Leave a Comment

error: Content is protected !!