ତୁମେ ହିଁ ପାରିବ ମୁକ୍ତ କରି
କୁନା ସେଠୀ
ବୃଦ୍ଧ ଦେବ ତୁମେ ଧରାକୁ ଆସିଲ
ସେବାକୁ ବରି
ପୁଣ୍ୟକୁ ଧରି
ବିଚାର କରି
ଅହିଂସାର ମନ୍ତ୍ର ଶିଖାଇ ଦେଲହେ
ଶିଷ୍ୟଙ୍କୁ ଧରି ।
ବୃଦ୍ଧ ହେ ତୁମେ ଏସିଆର ଆଲୋକ
ବାଣ୍ଟିଛ ଜ୍ଞାନ
ବୁଝାଇ ମନ
ହଜାଇ ଧନ
କାମନାକୁ ନାଶୀ ଧରାପୃଷ୍ଟେ ଆସି
ଭେଟିଛ ଜନ ।
ବୃଦ୍ଧ ହେ ତୁମେ ପ୍ରଭୁଙ୍କ ଅବତାର
ଦେଇଛ ବର
ଛାଡିଛ ଘର
ଦୁଃଖ ସଂସାର
ଦୁଃଖର କାରଣ ବୁଝାଇ ତୁମେ ହେ
ସାଜିଛ ବୀର ।
ବୃଦ୍ଧ ହେ ତୁମେ ସିଧା ତ କରିଅଛ
କେତେ ଦୁଷ୍ଟଙ୍କୁ
କେତେ ରାଜାଙ୍କୁ
କେତେ ପ୍ରଜାଙ୍କୁ
ଅହିଂସା ବଳରେ ଅସାଧ୍ୟ ସାଧନ
କରି ଧର୍ମକୁ ।
ବୃଦ୍ଧ ହେ ତୁମର ବୌଦ୍ଧ ଧର୍ମ ଯେ
ମହାନ ଧର୍ମ
ଶିଖାଏ କର୍ମ
ଛୁଅଇଁ ଚର୍ମ
ଜ୍ଞାନାଲୋକ ଦେଇ ମନରେ ଆମର
ବୁଝାଏ ମର୍ମ ।