ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

  ଶ୍ରାବଣୀ

ଶ୍ରାବଣୀଗୋ ତୁମରି ଆଗମନରେ ,
ବଦଳିଗଲା ଜୀବନ,
ଭିଜାଭିଜା ବୁନ୍ଦାଜଳ ପଡ଼ିଗଲେ,
ଶିହରଣ ତନୁମନ।।
ନୀଳଆକାଶର ଓଢଣି ପିନ୍ଧିଲେ,
ଲୁପ୍ତ ଜାଗୃତି ସପନ,
ଧାରା ଶ୍ରାବଣ ବର୍ଷା ମେଘ ବିଜୁଳି,
 ବାନ୍ଧିଛି ପ୍ରେମ ବନ୍ଧନ।।
ପୁଲ୍ଲକିତ ସବୁଜିମା ତରୁ ଲତା,  
 ଫେରିବ ଗହନ ବନ,
ଶୁଷ୍କତାରୁ ଉନ୍ମାଦର ସୁଶୋଭିତ,
କରିଥାଏ ଯେ ନୂତନ।।
ପ୍ରେରିତ ତୁମର ସକଳ ଆଧାର,
ପୁଷ୍ପ ମହକ କାନନ,
ରୋମାଞ୍ଚକର ଅନୁଭୂତି ଆଣିଛି,
ସ୍ପର୍ଶତାର ଆନମନ।।
ଶ୍ରାବଣ ମାସର ସ୍ପନ୍ଦନ ଆଣିଛି,
ଈଶ୍ଵରଙ୍କର ଆହ୍ୱାନ,
ମହିମା ତାଙ୍କର ବୋଲବମ୍ ଯାତ୍ରା,
ଶମ୍ଭୁନାଥ ଗୁଣଗାନ।।
ପ୍ରକୃତି ଉପହାର ଦିବ୍ୟ ଆଦର,
ସୂକ୍ଷ୍ମତାର ବଳିଦାନ,
 ମାନବିକ ଆଧ୍ୟାତ୍ମିକ ସଂଯୋଗର,
ନିପୁଣ ଭାବ ମହାନ୍।‌।

ମଧୁସ୍ମିତା ସାହୁ,

ବ୍ରହ୍ମା ନଗର ପ୍ରଥମ ଗଳି,
ବ୍ରହ୍ମପୁର,ଜିଲ୍ଲା-ଗଞ୍ଜାମ, ଓଡ଼ିଶା

Related posts

ଥୁଆମୂଳ ରାମପୁର ବ୍ଳକ ଅଙ୍ଗନଓ୍ବାଡି ଓ୍ବାର୍କସ ଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ଯ ବନ୍ଦ ଆନ୍ଦୋଳନ

Sunil Chandra Nayak

ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

Sunil Chandra Nayak

ଭୁତପୂର୍ବ ନଗରପାଳ ତଥା ବାର ଆସୋସିଏସନର ପ୍ରାକ୍ତନ ସଭାପତି ରମେଶ ବଳଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!