ଅଭିମାନିନୀ ଶ୍ରାବଣୀ
ପ୍ରଶାନ୍ତ କୁମାର ନାଥ
ଶ୍ରାବଣେ ଶ୍ରାବଣୀ ଭାରି ଅଭିମାନୀ
ବୁଛୁନି ମାଟିର କଥା
ବରଷି ବରଷି ଭସେଇ ଦେଲାଣି
ଭୋଗୁଛି ସେ ବଡ଼ ଵ୍ୟଥା।
ଆସିଲେ ଶ୍ରାବଣୀ ହସେ ମେଘମାଳ
ଆଖିର କଜଳ ନାଇ
ଆଜି ଏ ଶ୍ରାବଣୀ କାନ୍ଦେ ଅସୁମାରି
ଆଖିର କଜଳ ଧୋଇ।
ଥିଲା ତା’ର ଛନ୍ଦ ମାଟିର ଛାତିରେ
ଝରୁଥିଲା ଵୁନ୍ଦ ଵୁନ୍ଦ।
ଅଭିମାନୀ ହେଇ ବରଷୁଛି ଆଜି
ମାଟି ଭାଗ୍ୟ ହୁଏ ମନ୍ଦ।
ନାହିଁ ଥଳକୂଳ ମାଟିର ଆକାର
ଜଳାନଵ ଦିଶେ ମହୀ
ତଥାପି କାହିଁକି ଭଲ ପାଏ ଵେଶି
ଶ୍ରାବଣୀ ପ୍ରେମିକ କହି।
ବେଶି ସେ ଫୁଲେଇ ଶ୍ରାବଣ ଆକାଶେ
ଵରଷାର ଛିଟା ହେଇ
ଛନ୍ଦ ନାୟୀକା ସେ ତ୍ରିଭଙ୍ଗି ଠାଣିରେ
ମାଟିକୁ ଚୁମ୍ବନ ଦେଇ।
ଶୁଖିଲା ମାଟିକୁ ଭିଜେଇ ତିନ୍ତେଇ
କଲାଣି ତାକୁ ତରଳ
ତଥାପି ଶ୍ରାବଣୀ ଛାଡୁନି ମାଟିକୁ
ଭରୁଅଛି ଭାରି ଜଳ।।
ପ୍ରଶାନ୍ତ କୁମାର ନାଥ
ଜୁଣଗଡି (ରାଜନଗର )କେନ୍ଦ୍ରାପଡ଼ା।


