ଡାବୁଗାଁ, ୧୦/୮ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ଗ୍ରାମ ର ହରିଜନ ସାହିରେ ମଙ୍ଗଳବାର ରାତ୍ରି ସମୟରେ ଭୀଷଣ ବର୍ଷା ଯୋଗୁଁ ଏକ ବିରାଟ ଗଛ ୨ ଟି ଘର ଉପରେ ପଡିଯାଇଥିଲା | ଫଳରେ ୨ ଟି ଘର ର କାନ୍ଥ ଭୁଶୁଡି ପଡିଥିଲା ଘର ଭିତରେ ରହୁଥିବା ୨ ପରିବାର ର ୧୩ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ସୂଚନା ଯୋଗ୍ୟ :- ଅଞ୍ଚଳା ଗ୍ରାମ ର ହରିଜନ ସାହି ର ୨ ଘର ମହେନ୍ଦ୍ର ହରିଜନ ଓ ଚନ୍ଦ୍ର ମିର୍ଗାନ ଙ୍କ ଘର ପାଖରେ ଏକ ତେନ୍ତୁଳି ଗଛ ଭୀଷଣ ବର୍ଷା ଯୋଗୁଁ ଉପୁଡି ଯାଇ ୨ ଘର ଉପରେ ପଡିଯାଇଥିଲା । ଫଳରେ ଉଭୟଙ୍କ ଘର କାନ୍ଥ ଭୁଶୁଡି ଯାଇଥିଲା । ସେହିସମୟରେ ମହେନ୍ଦ୍ର ହରିଜନ ଙ୍କ ପରିବାର ର ୬ ଜଣ ଘର ଭିତରେ ଥିଲେ କାନ୍ଥ ପଡିବା ଶୁଣି ସେ ବାହାରକୁ ଦୌଡ଼ି ଚାଲିଆସିଥିଲେ । ସେହିପରି ସେହି ଗଛ ଚନ୍ଦ୍ର ମିରଗାନ ଙ୍କ ଘର ଉପରେ ମଧ୍ୟ ପଡିଯାଇଥିଲା ଫଳରେ ପରିବାର ର ୭ ଜଣ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଏହି ୨ଟି ପରିବାର ର ୧୩ ଜଣ ଙ୍କ ମଧ୍ୟରୁ ୬ ଜଣ ଙ୍କ ବୟସ ଅତି କମ ବର୍ଷ ସେଥିରେ ଚନ୍ଦ୍ର ଙ୍କ ଏକବର୍ଷ ରୁ କମ ଛୁଆ ଥିଲା । ଦୁର୍ଘଟଣା ହେବା ର ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଅଧିକାରୀ ସେଠାରେ ପହଁଚି ନାହାଁନ୍ତି । ଏହି ବିଷୟରେ ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଙ୍କୁ ପଚାରିବାରୁ ଡାବୁଗାଁ ତହସିଲ ଅଧୀନରେ ୩ ଟି ରାଜସ୍ୱ ସର୍କଲ ଥିବା ମାତ୍ର ଜଣେ ଆରଆଇ କାର୍ଯ୍ୟରତ ଥିବା କହିଥିଲେ । ଖୁବ ଶୀଘ୍ର ରାଜସ୍ୱ ନିରିକ୍ଷକ ଘଟଣାସ୍ଥଳରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ