ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟର ୧ କୋଟି ୬୮ ଲକ୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ମେଡିସିନ୍… ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଆସନ୍ତା ୧୨ ତାରିଖରେ ରାଜ୍ୟ ପରିବାର ନିର୍ଦ୍ଦେଶାଳୟ ଦ୍ୱାରା ପାଳନ କରାଯିବ ଜାତୀୟ କୃମିନାଶକ ଦିବସ । ଏହି ଅବସରରେ ୧ ବର୍ଷରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବ । ଯେଉଁମାନେ କୌଣସି କାରଣରୁ ୧୨ ତାରିଖରେ ଏହି ମେଡିସିନ୍ ଖାଇ ନ ଥିବେ, ସେମାନେ ୧୯ ତାରିଖରେ ଖାଇପାରିବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ରାଜ୍ୟର ୧ କୋଟି ୬୮ ଲକ୍ଷ ୩୧ ହଜାର ୬୭୯ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ସମସ୍ତ କୋଭିଡ୍ କଟକଣା ସହ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଔଷଧ ଦିଆଯିବ ।

କୃମିନାଶକ ଔଷଧ ବଣ୍ଟନ ପାଇଁ ରାଜ୍ୟର ୫୫ ହଜାର ୫ ସ୍କୁଲକୁ ସାମିଲ କରାଯାଇଛି । ସେଥିପାଇଁ ୬୯ ହଜାର ଶିକ୍ଷକ, ୭୨ ହଜାର ଅଙ୍ଗନୱାଡ଼ି କର୍ମୀ, ୪୮ ହଜାର ଆଶାକର୍ମୀ, ୭ ହଜାର ୮ ଶହ ଏଏନଏମ କର୍ମୀ ସାମିଲ ହେବେ । ଏହି ଔଷଧ ଖାଇବା ଦ୍ୱାରା ପିଲାମାନଙ୍କର ରକ୍ତହୀନତା ନିୟନ୍ତ୍ରଣ, ଶିକ୍ଷା ଦକ୍ଷତା ବୃଦ୍ଧି, ଜୀବିକା ସୁଯୋଗ ସୃଷ୍ଟି, ପୁଷ୍ଟିହୀନତାରୁ ରକ୍ଷା ଆଦିରେ ସହାୟକ ହେବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!