ରକ୍ଷା ବନ୍ଧନ
ରାକ୍ଷୀ ନୁହେଁ ଏତ ସମ୍ପର୍କର ଡୋରି
ସ୍ନେହ ମମତା ବନ୍ଧନ
ଭାଇ ଭଉଣୀ ଙ୍କ ପବିତ୍ର ପ୍ରେମର
ସାକ୍ଷୀ ରୁପେ ନିଦର୍ଶନ
ଭଉଣୀ ବାନ୍ଧଇ ଭାଇର ହାତରେ
ମମତା ସମ୍ପର୍କ ଡୋରି
ଭାଇ ସିନା ତାର ସାହାସ ଭରଷା
ଭଉଣିକୁ ସଦା ଘେରି
ବିପଦ ସମୟେ ସାହାସ ଭାଇତା
ଭଉଣିକୁ ଦିଏ ବଳ
ବିପଦେ ଅଧୀର ନ ହେବ କାତର
ଦୃଢ଼ ଶକ୍ତି ମନୋବଳ
ଅତୁଟ ବନ୍ଧନ ସମ୍ପର୍କର ମାନ
ରକ୍ଷା କରେ ଏହା ରାକ୍ଷୀ
ଡୋରି ନୁହେଁ ସେତ ମଧୁର ବଚନ
ଭଉଣିର ପାଇଁ ସାକ୍ଷୀ
ସବୁ ସମ୍ପର୍କିଠୁ ନିଆରା ସମ୍ପର୍କ
ଭାଇର ସ୍ନେହ ମମତା
ଭାଇ ଥିଲେ ପାଶେ ହାରେନି ଭଊଣୀ
ଗୋଟିଏ ସୂତାରେ ଗୁନ୍ଥା
ଏହା ସମ୍ପର୍କର ବାର୍ତ୍ତା
ଏହା ସମ୍ପର୍କର ବାର୍ତ୍ତା
ବିଳାସିନୀ ପୃଷ୍ଟି
ଭୁବନ ଢେଙ୍କାନାଳ