ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣିଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏ ନେଇ ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭେ ଜରିଆରେ ଏଭଳି ତଥ୍ୟ ପ୍ରକାଶ ପାଇଛି….

 ପୁଣିଥରେ ନମ୍ବର ୱାନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ । ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ନବୀନ ପଟ୍ଟନାୟକ । ଏ ନେଇ ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭେ ଜରିଆରେ ଏଭଳି ତଥ୍ୟ ପ୍ରକାଶ ପାଇଛି ।

ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା । ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ।

ସେହିଭଳି ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ସେହିଭଳି ରାହୁଲ ଗାନ୍ଧୀଙ୍କୁ ମିଳିଛି ମାତ୍ର ୯ ପ୍ରତିଶତ । ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏ ୨୮୬ ସିଟ୍ ପାଇବ । ୟୁପିଏକୁ ମିଳିବ ୧୪୬ ଆସନ। ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ। ଏମିତି ତଥ୍ୟ ପ୍ରକାଶ କରିଛି ଏହି ସର୍ଭେ । ବିହାର ରାଜନୀତିରେ ପରିବର୍ତ୍ତନ ଯୋଗୁଁ ବଡ଼ କ୍ଷତି ସହିବ ବୋଲି କୁହାଯାଇଛି । ତେବେ ଏହି ଅନୁପାତରେ ବିଜେପି ବର୍ତ୍ତମାନ ପ୍ରରିପେକ୍ଷୀରେ ୪୧ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ । ସେହିପରି କଂଗ୍ରେସ ବା ଏହାର ମେଣ୍ଟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବାକୁ ଯାଉଥିବାବେଳେ ସ୍ୱାଧନ ଦଳ ଗୁଡ଼ିକୁ ୩୧ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରେ ପ୍ରକାଶ ପାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବେଣୁଧର ସୂତର ଙ୍କ କବିତା ବସନ୍ତ ଯାଇଛି ଫେରି 

Sunil Chandra Nayak

କ୍ରସରକୁ ନେଇ ମାଲିକଙ୍କ ମଧ୍ୟରେ ଛକାପଞ୍ଝା , ଜଗବନ୍ଧୁ ପରେ ଏବେ ଅରୁଣି ଷ୍ଟୋନ୍ କ୍ରସରକୁ ବନ୍ଦ କରିବା ପାଇଁ ଦାବି

Sunil Chandra Nayak

ନିଲାମ ନମିଳିବାରୁ ପୋଖରୀରେ ପକାଇଲେ ବିଷ

Leave a Comment

error: Content is protected !!