ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁଦ୍ରନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିରୁଦ୍ଧ ରେ ଗୁରୁତର ଅଭିଯୋଗ

 ଆନନ୍ଦପୁର -:  ଏବେ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ଜାତୀୟ ପତାକା ତଳେ ମଛାଳୋ ପଞ୍ଚାୟତ ରୁଦ୍ରନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ନପଢାଇ କାଙ୍କ କୋଦାଳ ଧରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାମ କରାଉଥିବା ଦେଖିବାକୁ ମିଳିଛି ।ଏ ବିଷୟରେ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସାମ୍ବାଦିକଙ୍କୁ ନାଲିଆଖି ଦେଖାଇ ସ୍କୁଲ ଭିତରକୁ ପଶିବା ପାଇଁ କିଏ ପରିମିଶନ ଦେଲା କହି ଦୃବ୍ୟବହାର କରିଥିବା ଦେଖିବାକୁ ମିଳିଛି ।ଏହି ଖବର ପାଇବା ପରେ ଛୋଟଛୋଟ ପିଲାମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଛନ୍ତି ନା କାଙ୍କ କୋଦାଳ ଧରି ସ୍କୁଲ ପଡ଼ିଆରେ କାମ କରିବା ପାଇଁ ଯାଉଛନ୍ତି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ସ୍ତାନୀୟ ପ୍ରଶାସନ ସୁଷ୍ଟି ଦେଇ ତୁରନ୍ତ ଏଥିପ୍ରତି କାଯ୍ୟାନୁଷ୍ଠା ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ଗହଣା ତିଆରି ଦୋକାନ ରୁ ସୁନା ଚୋରି ଅଭିଯୋଗ

Sunil Chandra Nayak

ଜଗଜ୍ଜିବନ ସା ଙ୍କ କବିତା – ପୋଡା ଜଙ୍ଗଲ 

Sunil Chandra Nayak

Leave a Comment

error: Content is protected !!