ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

ଆନନ୍ଦପୁର , 12| ୮ ) : ଆନନ୍ଦପୁର ପୌରାଞ୍ଚଳ ୧୬ ନମ୍ବର ୱାର୍ଡ ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ( ୭୫ ) ଙ୍କ ପରଲୋକ ଘଟିଛି । କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁଶଯ୍ୟା ନିକଟରେପୁଅ ଶୈଲଙ୍ଗ ସମବାୟ ସମିତିର ସଭାପତି ରବୀନ୍ଦ୍ର କୁମାର ସାହୁ , କବୀନ୍ଦ୍ର ସାହୁ , ଯୁଧିଷ୍ଠିର ସାହୁ, ପୁତୁରା ଟ୍ରକ୍ ମାଲିକ ସଂଘ ପୂର୍ବତନ ଉପସଭାପତି ଜୟନ୍ତ ସାହୁ ,ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ଶୈଲଙ୍ଗ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ରବୀନ୍ଦ୍ର ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ସାହୁ କେନ୍ଦୁଝର ଟ୍ରକ୍ ମାଲିକ ସଂଘର ସଦସ୍ୟ ଥିଲେ । ଏହାଛଡ଼ା ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

 

Related posts

ବୁଡିପଦର ସ୍କୁଲରେ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ଚାରି ଦିନ ଧରି ଲଗାଣ ବର୍ଷା, କାନ୍ଥ ପଡି ନାବାଳକ ମୃତ   

Sunil Chandra Nayak

ସରସ୍ୱତୀ ଶିଶୁ ମନ୍ଦିର ନୂତନ ଶ୍ରେଣୀ କୋଠରି ଉଦଘାଟନ କଲେ କୋକସରା ବ୍ଲକ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!