ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ରାଉରକେଲା/ ସେକ୍ଟର ୧୬ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ) ଠାରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏକ ସ୍ବଚ୍ଛ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ସମାଜସେବୀ ସଂଜୁକ୍ତା ରାଜଗୁରୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପ କୁ ଉଦଘାଟନ କରିଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀମତୀ ମହାପାତ୍ର ନିଜ ସାମାଜିକ ଦାୟିତ୍ୱବୋଧ ର ପ୍ରତିବଦ୍ଧତା ନେଇ ତଥା ସ୍ବାମୀ ସ୍ବର୍ଗତ କର୍ଣ୍ଣେଲ ଡାକ୍ତର ରାଜକିଶୋର ରାଜଗୁରୁ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପ୍ରକଳ୍ପଟିକୁ ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି। ଅନ୍ୟ ଅତିଥିଙ୍କ ମଧ୍ୟରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ତଥା ଜାତୀୟ ଫୁଟବଲ ରେଫରୀ ଭାସ୍କର ନନ୍ଦ ଓ ଆରପିଏଲ କ୍ଲଷ୍ଟରର ସିଆରସିସି ଦୀପକ କୁମାର ସାମଲ ଉପସ୍ଥିତ ରହି ଶ୍ରୀ ମତୀ ମହାପାତ୍ରଙ୍କ ଏହି ଦାନ କୁ ପ୍ରଶଂସା କରିବା ସହ ଏହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପତି ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇବା ସହ ଶ୍ରୀମତୀ ମହାପାତ୍ରଙ୍କୁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାପାତ୍ର,ରେଣୁବାଳା ରାଉତ,ଅମିତା ସାହୁ, କାବେରୀ ଭଞ୍ଜ ତଥା ବିଦ୍ୟାଳୟର ସମସ୍ତ ପାଚିକାଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମମତା ଶତପଥୀ ଙ୍କ କବିତା ଚା ପିଆଲାରେ ଝଡ

Sunil Chandra Nayak

ସମସ୍ୟା ବଳୟରେ ଗାଡେବନ୍ଧ ପଞ୍ଚାୟତ, ପଞ୍ଚାୟତ ନିଜସ୍ଵ ଗୃହ କେବେ ?

ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!