ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ପ୍ରେରକ ସଙ୍ଘ ପକ୍ଷରୁ ଵିଇଓ ଙ୍କୁ ଦାବିପତ୍ର ପ୍ରଦାନ

କୋକସରା,୧୨/୮-( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାକ୍ଷର ଭାରତ ମିଶନ ରେ କାର୍ଯ୍ୟ କରିଥିବା ବ୍ଲକ ପ୍ରେରକ ସଙ୍ଘ ର ସଭାପତି ଆଲୋକ ବିଶି ଙ୍କ ନେତୃତ୍ୱରେ ଆଜି ଶୁକ୍ରବାର ଏକ ଦାବିପତ୍ର କୋକସରା ଵିଇଓ ନେପାଳ ବାଗ ଙ୍କୁ ଦେଇଛନ୍ତି। ସାକ୍ଷର ଭାରତରେ କାର୍ଯ୍ୟ କରିଥିବା ପ୍ରେରକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ଓ ବୈମାତୃକ ମନୋଭାବକୁ ପ୍ରତିବାଦ କରିବା ସହ ଆଗାମୀ ଦିନରେ ସଙ୍ଘ ରାଜରାସ୍ତା କୁ ଓଲ୍ଲେଇବ ବୋଲି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ୧୫ ରୁ ଉର୍ଦ୍ଧ ବୟସ୍କ ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଇଥିଲା। ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ସହ ସ୍ୱଚ୍ଛଭାରତ ମିଶନ ହିତାଧିକାରୀ ସର୍ଭେ, ବିପିଏଲ, ଏପିଏଲ ସର୍ଭେରେ ପଞ୍ଚାୟତ କର୍ମଚାରୀ ଙ୍କୁ ସହଯୋଗ କରୁଥିଲେ l ୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିବାରୁ ବର୍ତମାନ ପ୍ରେରକ ମାନେ ନିରାଶ ହୋଇ ହାତ ବାନ୍ଧି ବସିଛନ୍ତି। ପୁନଃ ନିଯୁକ୍ତି ପାଇଁ ଆଜି ଦାବିପତ୍ର ଦେଇଛନ୍ତି। ଏହି ଅବସରରେ ପ୍ରେରକ ସଙ୍ଘ ସମ୍ପାଦଜ ସଞ୍ଜୀବ କୁମାର ସାହୁ, ହିରଣ୍ୟ ବେହେରା, ରବି ନାରାୟଣ ଦାସ, ଅରବିନ୍ଦ ପଟ୍ଟନାୟକ, ବିକାଶ ପଟ୍ଟନାୟକ, ବଳଦେବ ଦୁର୍ଗା, ଯୁଗେଶ୍ୱର ବାଗ, ପ୍ୟାରିଲାଲ ପଟେଲ, ଗୁପ୍ତେଶ୍ଵର ବାଗ, ପୁନିଆ ରଞ୍ଜନ ନାଗ, ଗାୟତ୍ରୀ ଠାକୁର, କବିତା ଦଳପତି, ସରିତା ନାଏକ,ତରୁଣୀ ମାଝୀ ପ୍ରମୁଖ ସଂଘର ସଦସ୍ୟ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି।

Related posts

ଏହି ମେଳା ଆୟୋଜନ ଦ୍ୱାରା ଅନେକ ବେକାର ଯୁବତୀ ଯୁବକ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇ ପାରିବେ । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଖଡ଼ିଆଳ କଳାକାର ମାନଙ୍କ ବୈଠକ

Sunil Chandra Nayak

ଲୁହାପାଇପ ଚୋରି କରୁଥିବା ସମୟେ ଚୋରକୁ ଧରିଲେ ପୋଲିସ ଓ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!