ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ

ଭବାନୀପାଟଣା( ମ ନି ସ) ତା ୧୩.୮.୨୦୨୨: ଗତ କାଲି ସ୍ଥାନୀୟ ଓସ୍ଵାନ କେନ୍ଦ୍ର ରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଚୁଡାନ୍ତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ସମସ୍ତ ବ୍ଲକର ବି ଡି ଓ ତଥା ନିର୍ବାହୀ ଅଧକାରୀ,ଏଏନ୍ ଏ ସି ମାନେ ଓସ୍ୱାନ ମାଧ୍ୟମରେ ଯୋଡ଼ି ହୋଇଥିଲେ ।ଏହି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ମିସନ ଶକ୍ତି ଦ୍ଵାରା ପ୍ରସ୍ତୁତ ୧ ଲକ୍ଷ ଜାତୀୟ ପତାକା ଜିଲ୍ଲାରେ ମାଗଣାରେ ବଣ୍ଟନ କାର୍ଯ୍ୟକ୍ରମ ରହିଛି ଏବଂ ୧୨.୮.୨୦୨୨ ରୁ ସମସ୍ତ ବ୍ଲକ,ଏନ୍ ଏ ସି ଓ ମ୍ୟୁନିସିପାଲଟି ରେ ଏହା ବଣ୍ଟନ କରାଯାଉଛି।ମୁଖ୍ୟ ରାସ୍ତା , ଗଳି ମାନଙ୍କରେ ଥିବା ବ୍ୟକ୍ତିଗତ ଘର ମାନଙ୍କରେ ଘରମାଲିକ ଆଜିଠୁ ୧୫ ତାରିଖ ଯାଏଁ ଦିବାରାତ୍ର ଜାତୀୟ ପତାକା ଉଡାଇପାରିବେ । ରାଜ୍ୟ ସରକାର “ମହାତ୍ମା ଗାନ୍ଧୀ ଓ ଓଡ଼ିଶା “ସନ୍ଦେଶକୁ ନେଇ ଏହି କାର୍ଯ୍ୟକ୍ରମ ଆସନ୍ତା ୧୬ ଅଗଷ୍ଟ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି।ଏହି ମହୋତ୍ସବ ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ପରିଶ୍ରମ,ତ୍ୟାଗ ଓ ଦେଶଭକ୍ତି ପ୍ରତି ଅଭିପ୍ରେତ।ଏହି ଅବସରରେ ଜିଲ୍ଲାର ତିନୋଟି ଏନ୍ ଏ ସି ଓ ମ୍ୟୁନିସିପାଲଟି ରେ ଗଳି, ସାହି ମାନଙ୍କରେ ସ୍ଵତନ୍ତ୍ର ସଫେଇ ,ସ୍ୱଚ୍ଛତା, ବାହ୍ୟ ମଳତ୍ୟାଗ ମୁକ୍ତ ଅଂଚଳ, ପାଇଖାନା ସ୍ୱଚ୍ଛତା,ଆବର୍ଜନା ସଂଗ୍ରହ ଉପରେ ଗୁରୁତ୍ଵ ଦିଆଯାଇ ବିଶେଷତ ବସ୍ତିର ସ୍ୱଚ୍ଛତା ଓ ସଫେଇରେ ଲୋକଙ୍କୁ ସାମିଲ କରାଯିବ ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଦୁଇଟି ଏଲ୍ ଇ ଡି ଭ୍ୟାନ ଆସନ୍ତା ସେପ୍ଟେମ୍ବର ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସହର,ବ୍ଲକ ମୁଖ୍ୟାଳୟ ଓ ଗ୍ରାମପଞ୍ଚାୟତ ଅଞ୍ଚଳରେ ନିର୍ଦ୍ଧାରିତ ରୁଟ୍ ରେ ଯାଇ ସ୍ଵାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନ ,ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ ଙ୍କ ପରିଶ୍ରମ,ତ୍ୟାଗ,ସଂପୃକ୍ତି ଓ ଭୂମିକା କୁ ଏହି ଭ୍ୟାନ ପ୍ରଦର୍ଶନ କରିବ।ଯେଉଁ ଅଞ୍ଚଳରେ ଏହି ଭ୍ୟାନ ପ୍ରଦର୍ଶନ କରିବ,ସେଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ,ଘୁମୁରା,ସଭା, ଲୋକବାଦ୍ୟ ସହ ଜନ ପ୍ରତିନିଧି,ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି,ସରକାରୀ ଅଧିକାରୀ,ସ୍କୁଲ,କଲେଜ ଛାତ୍ର ଛାତ୍ରୀ ସାମିଲ ରହିବେ । ସେଭଳି ଏହି ଅବସରରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ,ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ। ଏମ୍ ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନି ଠାରେ ସହିଦ ରେଣ୍ଡୋ ମାଝୀ ଙ୍କ ସ୍ମୃତିସ୍ତମ୍ବ ଠାରେ ବିଶେଷ କାର୍ଯ୍ୟକ୍ରମ ହେବ। ଏହି ଅବସରରେ ଆସନ୍ତା ୧୫ ଅଗଷ୍ଟ ରେ ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଠାରେ ବିଶିଷ୍ଟ ଚିତ୍ରକାର ମାନଙ୍କ ସହଯୋଗରେ ପେଣ୍ଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ମହୋତ୍ସବ ରେ ଜିଲ୍ଲା ର ସମସ୍ତ ନାଗରିକ ମାନଙ୍କର ସହଭାଗିତାକୁ ଜିଲ୍ଲାପାଳ କାମନା କରି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ।ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଟେଲ ଉପ ଜଲ୍ଲାପାଳ ଡ ବିଶ୍ୱଜିତ୍ ଦାସ,ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର, କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ଶ୍ରୀ ସଞ୍ଜୟ ଶତପଥୀ , ରେଜିଷ୍ଟ୍ରାର ଶ୍ରୀ ପିତାମ୍ବର ଭୋଇ,ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏସ୍ ଡବ୍ଲୁ ଓ ଜ୍ୟୋସ୍ନାରାଣୀ ପାତ୍ର ,ଡି ଡବ୍ଲୁ ଓ ଅରବିନ୍ଦ ରାୟ,ଇ ଓ ,ମ୍ୟୁନିସିପାଲଟି ମ୍ୟୁନିସିପାଲଟି ବଳୟ ଦେହୁରୀ,ଡି ଇ ଓ ସୁଶାନ୍ତ ଚୋପଦାର ,ଡି ପି ସି, ଓ ଏଲ୍ ଏମ ପ୍ରଶାନ୍ତ ମିଶ୍ର, ଡି ଏସ ଓ ସୁଭାସିସ ନାୟକ,ଯୁବ ସଂଯୋଜକ , ନେହେରୁ ଯୁବ କେନ୍ଦ୍ର ପ୍ରସନ୍ନ ମେହେର ,ଅତିରିକ୍ତ ତହସିଲଦାର କର୍ଲାମୁଣ୍ଡା ଦିଲ୍ଲୀପ ପାତ୍ର ଙ୍କ ସହ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related posts

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Sunil Chandra Nayak

ସଡକ ଦୁର୍ଘଟଣାରେ ମଟରସାଇକେଲ ଚାଳକ ମୃତ ଜଣେ ଗୁରୁତର

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଜିଲ୍ଳାପରିଷଦ ୧୩ ଗୋଟି ଜୋନରୁ ବିଜେପି ୪ଟି ଆସନରେ ଓ ବିଜଡି ୯ଟି ଆସନ ରେ ଆଗୁଆ

Sunil Chandra Nayak

Leave a Comment

error: Content is protected !!