ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାଦବ ମାଝୀ ଉଚ୍ଚ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

ଚନ୍ଦାହାଣ୍ଡି (୧୩/୮ ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ ମୋହରା ଠାରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ତଥା ବିଜେପି ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ ଏବଂ ଯାଦବମାଝି ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଦିଲୀପ କୁମାର ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଭାରତ ମାତାର ବରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରିବା ପରେ ଉଭୟ ଅତିଥିଙ୍କ ତତ୍ୱାବଧାନରେ ଶୋଭାଯାତ୍ରା ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ ମୋହରାରୁ ବାହାରି ସଦର ଚନ୍ଦାହାଣ୍ଡି ଅଭିମୁଖେ ଯାଇଥିଲେ ।ଗ୍ରାମ ପରିକ୍ରମା ସମୟରେ ଦେଶର ଭାଇଚାରାକୁ ସୁଦୃଢ଼ କରେ ହର ଘର ତ୍ରିରଙ୍ଗା ବୋଲି କୁହାଯାଇଥିଲା। ଏଥିସହ ଉପସ୍ଥିତ ଜନସାଧାରଣଙ୍କୁ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ଓ ପ୍ରତ୍ୟେକ ଘରେ ଯେପରି ଏହାକୁ ଅତି ଆଦରର ସହିତ ପାଳନ କରିବେ ସେଥିପାଇଁ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରାଯାଇଥିଲା। ଗ୍ରାମର ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ତ୍ରିରଙ୍ଗା ପତାକାକୁ କିପରି ଓ କାହିଁକି ସମ୍ମାନ କରିବେ ସେ ବିଷୟରେ ଛାତ୍ରଛାତ୍ରୀ ମାନେ ବୁଝାଇଥିଲେ। ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇ ଭାରତ ମାତାଙ୍କ ସନ୍ତାନ ବୋଲି ଗର୍ବ ଅନୁଭବ କରିବା ସହ ୭୫ ତମ ସ୍ୱାଧୀନତା ଦିବସ ଉତ୍ସବ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନଜରାନା ପ୍ରବୀଣ,ଲକ୍ଷ୍ମୀଧର ନାୟକ,ତରଣୀସେନ ସାହୁ,ସୁଚିତ୍ରା ଶତପଥୀ,ଦେବରାଜ ସାହୁ ଉକ୍ତ ଶୋଭାଯାତ୍ରାର ଦାୟିତ୍ୱ ତୁଲାଇଥିଲେ ।ବିଦ୍ୟାଳୟର ଛାତ୍ରଛାତ୍ରୀ,ବରିଷ୍ଠ ଅତିଥିଗଣ ଅଂଶ ଗ୍ରହଣ କରି ଶୋଭାଯାତ୍ରାକୁ ସଫଳ କରିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଶିକ୍ଷୟତ୍ରୀଙ୍କୁ ଲୁହ ଭରା ଆଖିରେ ଅବସର କାଳୀନ ବିଦାୟ ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଧନାର ପଥ, ନୁହଁ କୁସୁମିତ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

Sunil Chandra Nayak

Leave a Comment

error: Content is protected !!