ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଭବାନୀପାଟଣା,୧୩।୮/ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏନେଇ ସାରା ଦେଶରେ ହର୍‌ ଘର୍‌ ତ୍ରିରଙ୍ଗା ପାଳନ କରିବା ନେଇ କେନ୍ଦ୍ର ସରକାର ଦେଶ ବାସୀଙ୍କ ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଭବାନୀପାଟଣା ଠାରେ ଥିବା ବିକାଶ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଜାଦି କା ଅମୃତ ମୋହୋତ୍ସବ ପାଳନ କରାଯାଇଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାହାରିଥିବା ଏହି ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା କୁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ,ବିକାଶ ଅନୁଷ୍ଠାନ ର ନିର୍ଦେଶକ ଡି ଶ୍ୟାମ,ଡି ରାମ ପ୍ରମୂଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ସହୀଦ ରେଣ୍ଡୋ ମାଝୀ, ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ପରେ ଗାନ୍ଧୀ ଛକ ଠାରେ ପହଞ୍ଚିଥିଲା ତ୍ରିରଙ୍ଗା ଶୋଭାଯାତ୍ରା।ଗାନ୍ଧୀ ଛକ ଠାରେ ଦେଶ ଭକ୍ତି ଗୀତର ତାଳେ ତାଳେ ଝୁମିଉଠି ଥିଲେ ଛାତ୍ରଛାତ୍ରୀ ଙ୍କ ସମେତ ଉପସ୍ଥିତ ପ୍ରତ୍ୟେକଟି ବ୍ୟକ୍ତି। ଏହାସହ ଦେଶ ମାତୃକା ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ସ୍ମୃତିଚାରଣ ସହ ପ୍ରତ୍ୟେକଟି ଭାରତୀୟ ଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରାଇବା ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟରେ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ ଛାତ୍ରଛାତ୍ରୀ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

କବିତା ସାହୁ   ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

ବାଇକରୁ ପଡି ଅଧ୍ୟାପକ ଗୁରୁତର

Sunil Chandra Nayak

Leave a Comment

error: Content is protected !!