ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତମାତା ଧ୍ବନିରେ କମ୍ପିଲା ରାଇଘର 

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହେଲେ ବିଭିନ୍ନ ସଂଗଠନ ସହ ଯୁବପିଢି

ରାଇଘର (ମ ନି ସ )୧୩:୦୮:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରେ ଶନିବାର  ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ସଂଗଠନର ସଦସ୍ୟ ଏକତ୍ରିତ ହୋଇ ଜଗନ୍ନାଥ ମନ୍ଦିର ଠାରୁ ପଦଯାତ୍ରାରେ  ବାହାରି ରାଇଘର ସଦର ମହକୁମାର ହନୁମାନ ମନ୍ଦିର,ବ୍ଲକ୍ ଛକ ଦେଇ କାଳୀ ସୁନ୍ଦରୀ ସାହି  ଗାଁ ମଧ୍ୟରେ ବିଭିନ୍ନ ସାହି ଦେଇ ଭାରତ ମାତା ଧ୍ୱନୀରେ ସମ୍ପୁର୍ଣ ସହର କମ୍ପିଥିଲା l ଉମରକୋଟ ବିଧାୟକ ନିତ୍ଯାନନ୍ଦ ଗଣ୍ଡ, ପୋଲିସ ପ୍ରଶାସନ,ଯବାନ ଭାଇ ସହ ରାଇଘର ସଦର ମହକୁମାର ସମସ୍ତ ଯୁବ ଗୋଷ୍ଠୀ ଏକତ୍ରିତ ହୋଇ  ଗ୍ରାମ ପରିକ୍ରମା କରିଥିଲେ l ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତେକ ଘରେ ତ୍ରିରଙ୍ଗା ଲଗାଇବାକୁ କୁହା ଯାଇଥିଲା l ଗ୍ରାମ ପରିକ୍ରମା ସମୟରେ ଯେଉଁ ଭଳି ଭାରତ ମାତା ଧ୍ୱନୀ ସହ ଜାତୀୟ ପତାକା ରେ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା l ଅନ୍ୟପଟେ  ଦେଶାତ୍ମକ ପରିବେଶ ମଧ୍ୟରେ ୭୫ ବର୍ଷରେ ଭାରତର ଅମୃତ ମହୋତ୍ସବ ଅବସରରେ ହର ଘର କାର୍ଯ୍ୟକ୍ରମ ସହ ତିନି ଦିନ ଧରି ରାଇଘର ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି l ସଂଘ ସଭାପତି ଭବାନୀ ନାୟକ ସଂପାଦକ ଲଳିତ ମୋହନ ନାୟକ ଉପଦେଷ୍ଟା କିରଣ ପଟ୍ଟନାୟକ,ଜିଲ୍ଲା କୋଡିନେଟର ଅମିୟ ମହାପାତ୍ର,ମୋନଜ ରାଜପୁତ,ପିଣ୍ଟୁ ମହରଣା,ଆଶିଷ ମଜୁମଦାର,ସଞ୍ଜୟ ନାୟକ,ସନ୍ତୋଷ ସାମନ୍ତରାୟ ପ୍ରମୁଖ ସଂଘ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି  l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଜଳବନ୍ଦୀ ତଲଙ୍ଗ: ସମସ୍ୟାରେ ଜର୍ଜରିତ “ନା ବ୍ଲକ ପ୍ରଶାସନ ନା ରାଜନେତା କାହାରି ଦୃଷ୍ଟି ପଡୁନି 

Sunil Chandra Nayak

ଗରିମା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଶିଶୁ ମହୋତ୍ସବ ସୁରଭି , ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!