ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ଯୁବ ବାହିନୀ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନ ସଚେତନତା ରାଲି 

ତେନ୍ତୁଳିଖୁଣ୍ଟି :13/8/22- – ତେନ୍ତୁଳିଖୁଣ୍ଟି ଯୁବ ଗୋଷ୍ଟୀ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ସୁଶାନ୍ତ କୁମାର ଶତପଥୀ, ଗୋପାଳ କୃଷ୍ଣ ନାୟକ, ଶେଖର ଖୁରା, ଯୁବନେତା ସୁରେଶ ନାୟକ, ଧରଣୀଧର ସିଂ ଙ୍କ ନେତୃତ୍ୱରେ ଯୁବ ଗୋଷ୍ଟୀ ପକ୍ଷରୁ କୁର୍ମାକୋଟ ମୁଖ୍ୟ ଛକ ଠାରୁ ପୂଜାରୀଗୁଡା ଓ ତେନ୍ତୁଳିଖୁଣ୍ଟି ସଦର ମହକୁମା ଯାଏଁ ଏକ ମଟର ସାଇକେଲ ରାଲି ର ଆୟୋଜନ ହୋଇଥିଲା ! ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ ହର ଘର ତ୍ରିରଙ୍ଗା ସଚେତନତା ରାଲି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ! ଯୁବ ଗୋଷ୍ଟୀ ପକ୍ଷରୁ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ ଗାନ କରି ତେନ୍ତୁଳିଖୁଣ୍ଟି ମୁଖ୍ୟ ଛକ ରେ ଥିବାା ସହିଦ ଲକ୍ଷ୍ମଣ ନାୟକ ଷ୍ଟେଚୁ ନିକଟରେ ପହଂଚି ଥିଲେ ! ବିଡ଼ିଓ ଭୋଇ, ସମେତ ଯୁବ ଗୋଷ୍ଠୀ ର ସଦସ୍ୟ ସୁଶାନ୍ତ ଶତପଥୀ, ଗୋପାଳ କୃଷ୍ଣ ନାୟକ ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ ! ପ୍ରକାଶ ଥାଉକି ଭାରତ ସ୍ବାଧୀନତାର ୭୫ ତମ ବର୍ଷ ରେ ପଦାର୍ପଣ କରିବା ଅବସରରେ ଦେଶ ସ୍ଵାଧୀନତା ପାଇଁ ବଳିଦାନ ଦେଇଥିବା ସୁପୁତ୍ର ମାନଙ୍କୁ ମନେପକାଇ ତାଙ୍କରି ଜୀବନୀ ରୁ ପ୍ରେରଣା ପାଇବା ଅବସରରେ ଏହି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ ହେଉଛି ! ଆଜିର କାର୍ଯ୍ୟକ୍ରମ କୁ ଜାନକୀକାନ୍ତ ବିଷୋୟୀ ଓ ଟୁନାବାବୁ ଷଡ଼ଙ୍ଗୀ ପରିଚାଳନା କରିଥୁବା ବେଳେ ପିଙ୍କୁ ସାହୁ,ସୂଚେନ୍ଦ୍ର ଉପାସୀ, ନାଗାର୍ଜୁନ ନାଇଡ଼ୁ,ସଦନ ସୁନା, ଦୀନବନ୍ଧୁ ନାୟକ,ପ୍ରମୁଖ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

 

Related posts

ରାଇରଙ୍ଗପୁର ରେ ୭ଟି ଆଦିବାସୀ ସଂଗଠନ ପକ୍ଷରୁ ଶହୀଦ ବିର୍ସା ମୁଣ୍ଡାଙ୍କ ୧୨୨ ତମ ଶହୀଦ ଦିବସ ପାଳିତ

ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କ ଅକସ୍ମାତ ଦୁର୍ଘଟଣା

Sunil Chandra Nayak

କୋକସରା ବ୍ଲକରେ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!