ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କବିତା ସାହୁ  ଙ୍କ କବିତା ତ୍ରିରଙ୍ଗା ଉଡୁଛି

ତ୍ରିରଙ୍ଗା ଉଡୁଛି 

                     ଶ୍ରୀମତୀ କବିତା ସାହୁ 

ତ୍ରିରଙ୍ଗା ଉଡୁଛି ଫରଫର ହୋଇ 
ଗାଉଛି ସଂଗୀତ ମୁକ୍ତିର ।
ହିମାଳୟ ଯାର ମଥାର ମୁକୁଟ 
ପାଦ ଧୋଉଛି ସାଗର ।
ଶାନ୍ତି ମୈତ୍ରୀ ପ୍ରୀତି ଜାତୀୟ ସଂହତି 
ତିନୋଟି ରଙ୍ଗ ରେ ଦିଏ ବାରତା।
ଇଂରେଜ ଆସିଲେ ବାଣିଜ୍ଯ କରିଲେ 
ଏକତା ଅଭାବ ଆମର ଦେଖିଲେ ।
ଆସ୍ଥାନ ବିସ୍ତାରୀ ଅତ୍ୟାଚାର କରି
ପରାଧୀନ କଲେ ଦେଶକୁ ଆମରି ।
କେତେ ସୈନିକ ବୀର ଦେଶ ଭକ୍ତ 
ଖାଇ ଗୁଳି ଗୋଳା ପାଇଲେ ଫାଶୀ ।
ଜୀବନ ଦେଲେ ସେ ହସି ହସି
କଲେ ସ୍ବାଧୀନତା ଆନ୍ଦୋଳନ ।
ଗାନ୍ଧୀ,ଗୋପବନ୍ଧୁ,ଜବାହର, ସୁବାଷ 
ଲାଲ ବାଲ ପାଲ ସର୍ଦ୍ଦାର ପଟେଲ। 
ଜୟୀ ରାଜଗୁରୁ ଖୁଦି ରାମ ଲକ୍ଷ୍ମଣ ନାୟକ
କେତେ ବୀର ଯୋଦ୍ଧା କେତେ ଯେ ପାଇକ ।
ସହି ନାନା ନିର୍ଯାତନା ହୋଇ ନିର୍ଯ୍ୟାତିତ 
କାରାଗାରେ ରହି ଭୋକ ଉପାସ ।
ପାଇ କଷଣ ଯାତନା ତିଳ ତିଳ ଜଳି
ଦେଇ ଲହୁ ଲୁହ ପ୍ରାଣ ଜାଳିଲେ ଦୀପାଳୀ ।
ଶେଷେ ପରାଜିତ ହୋଇ ଗୋରା ସରକାର 
ରାତି ଅଧେ ପଳାଇଲେ ଦେଶକୁ ତାଙ୍କର ।
ସ୍ବାଧୀନ ହେଲା ଦେଶ ମାଟି ମାଆ ଆମର ।
ବିଜୟ ପତାକା ଉଡିଲା ଆକାଶେ ଫରଫର 
କାଳଜୟୀ ଜାତୀୟ ସଂଗୀତ ଲେଖିଲେ ।
ବଙ୍କିମ ଚନ୍ଦର  
ବନ୍ଦେ ମାତରଂ ସୁଜଳାଂ ସୁଫଳାଂ 
ମଲୟଜା ଶୀତଳାଂ
ଶସ୍ଯ ଶ୍ଯାମଳା ମାତରଂ
ବନ୍ଦେ ମାତରମ

Related posts

ଦୁଇ ଶକ୍ତିପୀଠର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

ଓଁମ କାରେଶ୍ଵର ମହାଦେବ ମନ୍ଦିର ନୂତନ କମିଟି ଚୟନ ପ୍ରକିୟା ହୋଇଯାଇଛି

କାର୍ଯ୍ୟଭାର ଗ୍ରହଣ କଲେ ଗୋବର୍ଦ୍ଧନପୁରର ନବନିର୍ବାଚିତ ସରପଞ୍ଚ ବୈଦେହୀ ମାଝୀ

Sunil Chandra Nayak

Leave a Comment

error: Content is protected !!