ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିଗ୍ରୀ ମହାବିଦ୍ୟାଳୟ ପାଳିଲେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

କୋକସରା,୧୩/୮- ( ମ ନି ସ) ସ୍ୱାଧୀନତା ଦିବସ ଅବ୍ୟାହତ ପୂର୍ବରୁ ୭୫ ତମ ଆଜାଦି କି ଅମୃତ ମହୋତ୍ସବ ପାଳନକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଏନସିସି,ଏନଏସଏସ ଓ ୟୁଥ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ମନୀଷା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜାଦି କି ଅମୃତ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଉପରେ ଛାତ୍ରଛାତ୍ରୀଙ୍କୁ ଦିଗ ଦର୍ଶନ ଦେଇଥିଲେ। ପରେ ମହାବିଦ୍ୟାଳୟ ଠାରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରାରେ ଏନସିସି, ଏନଏସଏସ ଓ ୟୁଥ ରେଡ଼କ୍ରସ ର ଛାତ୍ରଛାତ୍ରୀ ସମେତ ଅଧ୍ୟାପକ କର୍ମଚାରୀ ସହର ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗୁଣାକାର ପଣ୍ଡା,ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ୟୁଥ ରେଡ଼କ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରା, ଅଧ୍ୟାପକ ଅଇରି ନାସନ ଚିନ୍ଦା, ପୁଷ୍ପରାଜ ମେହେର, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଖେଳ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି, ଜିତେନ୍ଦ୍ର ପ୍ରଧାନୀ ସମେତ ମହାବିଦ୍ୟାଳୟ ର କର୍ମଚାରୀ ଉପସ୍ଥିତ ରହିଥିଲେ।

Related posts

ତୁମୁରା ଠାରେ ବାଇକ ଧକ୍କା ରେ ଗାଈ ମୃତ, ବାଇକ ଚାଳକ ଗୁରୁତର

Sunil Chandra Nayak

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ପାର୍ବଣେ ନବଦୂର୍ଗା

Sunil Chandra Nayak

Leave a Comment

error: Content is protected !!