ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଲିଆ ଗଡ ଅଲେଖ ମନ୍ଦିରରେ ନୁଆ ଖାଇ ପର୍ବ

ଡାବୁଗାଁ, ୧୪/୮ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅତୀତର କିମ୍ବଦନ୍ତୀ ବହନ କରିଥିବା ଚଚରାଗୁଡା ଗ୍ରାମ ପଞ୍ଚାୟତର କେଲିଆ ଗଡ ନବରଙ୍ଗପୁର ଜିଲାର ପ୍ରସିଦ୍ଦ ବାବା ଝାଡେଶ୍ଵର ଶୈବ ପିଠ, ମା ପର୍ବତୀ ମନ୍ଦିର ସହ ଆଖ ପାଖ ପାର୍ଶ୍ଵ ଦେବା ଦେବୀ ମନ୍ଦିର ମଧ୍ୟରୁ ଏଠାକାର ଅଲେଖ ମହିମା ମନ୍ଦିର ଅନ୍ୟତମ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନୁଆଖାଇ ପର୍ବ ରବିବାର ପାଳନ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଓ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପୁର୍ବତନ ଜିଲା ପରିଷଦ ସଭ୍ୟ ବିଜୟ କୁମାର ବେହେରା, ପି. ନାଗା , ଟି. ଜୁଗୁନୁ, ଆର. ପ୍ରକାଶ ରାଓ, ଶିବ ପ୍ରସାଦ ମିଶ୍ର, ଲ୍ୟାମ୍ପ ସଭାପତି ଦୁର୍ଯ୍ୟ ଭତ୍ରା, ଟି. ପ୍ରସାଦ, ସରପଞ୍ଚ ରଞ୍ଜୁ ଭତ୍ରା, ଜଦୁ ବାବା, ଜି. ମୁରଲି, ଡି. ରାଜା, ବବୁଲୁ ତ୍ରିପାଠୀ, ଅର୍ଜୁନ ଜାନୀ ପ୍ରମୁଖଙ୍କ ସହ ଅଲେଖ ମନ୍ଦିର ପରିସରରେ ନୁଆଖାଇ ପର୍ବ ଆନନ୍ଦ ମନରେ ପାଳନ କରିଥିଲେ । ନୁଆଖାଇ ପର୍ବ ପାଳନ ସରିବା ପରେ ସାଂସଦ ପାଣ୍ଠିରୁ ଭୋଜନ ମଣ୍ଡପ ପାଇଁ ଦୁଇ ଲକ୍ଷ ଟଙ୍କା ଓ ବିଧାୟକ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ପାଚେରୀ ନିର୍ମାଣ ନିମନ୍ତେ ଭୁମି ପୁଜନ କରି ଶୁଭ ଦେଇଥିଲେ । ଏହି ମନ୍ଦିରର ବାବା ଙ୍କ ସହ ଅଲେଖ ପ୍ରେମୀ ଭକ୍ତ ବୃନ୍ଦ ବେଶ ଆନନ୍ଦିତ ହୋଇଥିଲେ ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

Sunil Chandra Nayak

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

କଂଗ୍ରେସ ନେତାଙ୍କ କୁଶପୂତଳିକା ଦାହ

Sunil Chandra Nayak

Leave a Comment

error: Content is protected !!