ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗ୍ରାମ କବର ସାହିର ରେ ଲଗାଣ ବର୍ଷା ରେ ମାଟି କାନ୍ଥ ପଡି ଜଣେ ଅସହାୟ ମହିଳାଙ୍କ ମୃତ୍ୟୁ ହୋଇଛି |ମୃତ ମହିଳା ଜଣଙ୍କ ହେଉଛନ୍ତି ଗୁନେଇବିଲ ଗାଁ ର ଶାନ୍ତି ଲତା ଭୋଇ |ସୂଚନା ମୁତାବକ ସେ ଦୀର୍ଘ ଦିନ ଧରି ତାଙ୍କ ଭଉଣୀ ଘରେ ରହି ଆସୁଥିଲେ |ଆଜି ଲଗାଣ ବର୍ଷା କାରଣରୁ ସେ ଘରେ ବସି ଥିବା ବେଳେ ମାଟି କାନ୍ଥ ଖସି ପଡିଥିଲା |ତେବେ ଘଟଣା ସ୍ଥଳରେ ହିଂ ତାଙ୍କର ମୃତ୍ୟୁ ହୋଇଛି | ତାଙ୍କୁ ପ୍ରଥମେ ଅଁଳା ବେରେଣୀ ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଛେଦ ପାଁଇ ପଠାଇଯାଇଛି |ଏ ନେଇ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ