ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିକିତ୍ସାଧିନ ଅବସ୍ଥା ରେ ଆଖିବୁଜି ଦେଲେ ଖଟିଆ ବୁହା ପ୍ରସୂତୀ

ଚନ୍ଦାହାଣ୍ଡି ୧୪/୮(ମନିସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ଗୋଉରଝରିଆ ଗ୍ରାମ ର ଲଳିତା ପୋଟା (୩୫) ନାମ୍ନୀ ଜଣେ ପ୍ରସୂତୀ ରାସ୍ତା ଅଭାବରେ ଗାଁ କୁ ୧୦୮ ଆମ୍ବୁଲାନ୍ସ ଯାଇ ନପାରିବା ରୁ ସେ ଠିକଣା ସମୟ ରେ ଚିକିତ୍ସା ପାଇ ନ ପାରି ରବିବାର ଦିନ ଉମରକୋଟ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥା ରେ ଆଖିବୁଜି ଦେଇ ଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଗଉରଝରିଆ ଗ୍ରାମବାସୀ ଙ୍କ ପ୍ରତି ପ୍ରଶାସନ ର ଏତାଦ୍ରୁଶ୍ୟ ଖାମଖିଆଲ ମନୋଭାବ କୁ ବିଭିନ୍ନ ମହଲ ରେ ନିନ୍ଦା କରାଜିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ଗ୍ରାମ କୁ ପକ୍କା ରାସ୍ତା ନିର୍ମାଣ ଦିଗ ରେ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି ।ପ୍ରକାଶ ଥାଉକି ଗତ ୧୧ ତାରିଖ ଦିନ ଗୋଉରଝରିଆ ଗ୍ରାମ ର ଧନୁ ପୋଟା ଙ୍କ ସ୍ତ୍ରୀ ଲଳିତା ପୋଟା ପ୍ରସୂତୀ ଜନିତ ଜ୍ୱର ହେବା ରୁ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପାଇଁ ୧୦୮ କୁ ଫୋନ କରି ଥିଲେ । ଗୋଉର ଝରିଆ ଗ୍ରାମ କୁ ରାସ୍ତା ରେ ନଦୀ ପଡିବା ସହ ରାସ୍ତା କାଦୁଅ ରେ ପଚ୍ ପଚ୍ ରହି ଥିବା ଫଳ ରେ ଗ୍ରାମ କୁ ୧୦୮ ଗାଡି ଯାଇନପାରି ରାସ୍ତା ରେ ଅଟକି ରହିବା ରୁ ବାଧ୍ୟ ହୋଇ ପରିବାର ଲୋକେ ଏକ ଖଟିଆ ସାହାଯ୍ୟ ରେ ୪ କି ମି କାଦୁଅ ରାସ୍ତା ରେ ନଦୀ ପାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତୀ କରିଥିଲେ । ସେଠାରେ ଡାକ୍ତର ପୀର ପ୍ରସାଦ କବି ଶତପଥୀ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟ ର ଅବସ୍ଥା କିଛି ପରିମାଣ ରେ ସୁଧାର ଆସିଥିଲା । ଅଧିକା ଚିକିତ୍ସା ପାଇଁ ଲଳିତା ଙ୍କୁ ଉମରକୋଟ ହସପିଟାଲ କୁ ରେଫର କରାଯାଇ ଥିଲା । ଆଜି ଚିକିତ୍ସାଧିନ ଅବସ୍ଥା ରେ ସେ ଆଖିବୁଜି ଦେଇଛନ୍ତି । ତାଙ୍କର ଏକ ସାତମାସ ର ଛୁଆ ରହିଛି ।

         ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପାଣିରେ ବୁଡି ମାନସିକ ବିକୃତ ମହିଳା ମୃତ

Sunil Chandra Nayak

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

Leave a Comment

error: Content is protected !!