ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସକ୍ଷମ ପୂର୍ବ ଭାରତ, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ନିଃଶୁଳ୍କ ମଧୁମେହ ଶିବିର

ମୟୂରଭଞ୍ଜ -୧୫/୮/୨୨  (ମସିହା)ସମଗ୍ର ଭାରତ ବର୍ଷର କୋଣେ ଅନୁକୋଣେ ଆଜାଦା କୀ ୭୫ ବର୍ଷ ଉପଲକ୍ଷେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଗୋଲେଇ ଛକରେ ଦିବ୍ଯାଙ୍ଗ ସେବାକେନ୍ଦ୍ର ପରିସରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ’ ସକ୍ଷମ’, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଅଗଷ୍ଟ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏକ ନିଃଶୁଳ୍କ ମଧୁମେହ ଶିବିର ଏବଂ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଭାଗବତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ସମାଜରେ ସମସ୍ତେ ସ୍ଵାସ୍ଥ୍ଯ ସଚେତନତା ଏବଂ ଯୋଗ ବଳରେ ନିଜକୁ ସୁରକ୍ଷା,କର୍ମଠ,ନିରୋଗ,ଖୁସି ଓ ଶାନ୍ତିରେ ରହିବା ପାଇଁ ଏହାର ଉଦେଶ୍ଯ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଏଠାରେ ପ୍ରତ୍ୟେକ ଦିନ ଯୋଗ ପ୍ରଶିକ୍ଷଣ ଯୋଗ ପ୍ରଶିକ୍ଷିକା ଶ୍ରୀମତୀ କବିତା ମହାନ୍ତ ପ୍ରଶିକ୍ଷଣ ଦେଉଥିଲେ ।ସମସ୍ତଙ୍କର ରକ୍ତଚାପ,ମଧୁମେହ ପରୀକ୍ଷା କରାଯାଉଥିଲା । ଶତାଧିକ ଲୋକେ ରକ୍ତଚାପ ଓ ମଧୁମେହ ପରୀକ୍ଷା ଓ ଯୋଗ ପ୍ରଶିକ୍ଷଣ ନେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ ପଟ୍ଟନାୟକ, ପ୍ରଦ୍ୟୁମ୍ନ କିଶୋର ଦିଗାର, ମଧୁସୂଦନ ମହାନ୍ତ,ରେବତୀ ବେଶ୍ରା, ବୈଶାଖୀ ମହାନ୍ତ,ସସ୍ମିତା ଗୋପ, ଧରିତ୍ରୀ ମହାନ୍ତ,ମାନସୀ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସାମାଜିକ ଅନୁଷ୍ଠାନ ‘ସକ୍ଷମ’ ର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶୀତ ଦାୟରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କଲା ସୋସିଆଲ ୱେଲଫେୟାର ଅର୍ଗନେସନ କଳାହାଣ୍ଡି ପରିବାର

Sunil Chandra Nayak

ଦୁଇ ଦିବସୀୟ ଵାମନଘାଟୀ ଫୁଟବଲ ଚମ୍ପିୟାନ ୨୦୨୨/୨୩ ରାଇରଙ୍ଗପୁର ଷ୍ଟାଡିୟମରେ ଶୁଭ ଉଦଘାଟିତ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!