ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶାତ୍ମବୋଧକ କବିତା ପାଠୋତ୍ସବ

ଜୁନାଗଡ଼,୧୭/୮(ମ ନି ସ୍) ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଦେଶାତ୍ମକ ବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ହୋଟେଲ ଓରିଆନ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି କୈଳାସ ରାଉତ ସଭାପତିତ୍ୱ କରିଥିଲେ। ଏଥିରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପରିଷଦ ଅଧକ୍ଷ୍ୟ ପୁଷ୍ପେନ୍ଦ୍ର ସିଂହଦେଓ,ଉପାଧକ୍ଷ୍ୟା ସୁଧିରା ମେହେର, ପରିବେଶବିତ ରମେଶ ନାଏକ, ସମାଜସେବୀ ଉଦ୍ଧବ ସାହୁ, କବି ସୁଧୀର ମେହେର ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।ସାହିତ୍ୟ ଏକାଡେମୀ ପରାମର୍ଶ କ୍ରମେ ୨୨ ଜଣ କବି ନିଜର ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ।କାର୍ଯ୍ୟକ୍ରମରେ ଅଂଚଳର ଅନେକ କବି ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

Sunil Chandra Nayak

ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦର ନୂଆଖାଇ ଜୁହାର ଭେଟ ଉତ୍ସବ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଅନ୍ତୁଡ଼ିରୁ ଜୁଇ ଯାଏ

Sunil Chandra Nayak

Leave a Comment

error: Content is protected !!