ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ 

ରୁପ୍ରା, ୧୭/୮ (ମନିସ) : ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘ କଳାହାଣ୍ଡି ଜିଲ୍ଲାର ମୁସ୍କୁଟି ଶାଖା ପକ୍ଷରୁ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରାୟ ୮୯ ଜଣ ଛାତ୍ରଛାତ୍ରୀଙ୍କୁ ଛବିଳ ବର୍ଣ୍ଣବୋଧ ବହି ବଣ୍ଟନ କରିଥିଲେ। ଡ୍ରାଇଭର ମହାସଂଘର ନର୍ଲାବ୍ଲକ୍ ସଭାପତି ବିମନ୍ତ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଗବାନ ମାଝୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଶିକ୍ଷୟିତ୍ରୀ ପ୍ରଭାତି ସାହୁ ଓ ରୀନା ନାଗ, ଶିକ୍ଷକ ଗୋବର୍ଦ୍ଧନ ନାଏକ ଓ ରିଜଏସ୍ ତାଣ୍ଡି ପ୍ରମୁଖ ଯୋଗଦେଇ ଥିଲେ। ସୂଚନା ଯୋଗ୍ୟ ଏହି ବହି ବଣ୍ଟନ କାର୍ଯ୍ୟକ୍ରମ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାର ଥିଲା, ମାତ୍ର ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସମ୍ଭବ ହୋଇ ନଥିଲା। ଡ୍ରାଇଭର ମହାସଂଘର ଏହି ବହି ବଣ୍ଟନ ବ୍ୟବସ୍ଥାକୁ ବୁଦ୍ଧିଜୀବୀ ତଥା ଅଭିଭାବକ ମହଲରେ ପ୍ରସଂଶା କରାଯାଇଛି। ଡ୍ରାଇଭର ମହାସଂଘ ମୁସ୍କୁଟି ଗ୍ରାମ ପଞ୍ଚାୟତର ପଞ୍ଚୁ ପାଣ୍ଡବ, ସଭାପତି ଖୁସିରାମ ସାହୁ, ଉପସଭାପତି କୈଳାସ ଭୋଇ, ସମ୍ପାଦକ ଗୋବିନ୍ଦ ସାହୁ, ସହ ସମ୍ପାଦକ ଜହରଲାଲ ସାହୁ, କୋଷାଧ୍ୟକ୍ଷ ନୂରାମଣି ପାତ୍ର, ଉପଦେଷ୍ଟା ସୁରେଶ ଗହିରଙ୍କ ସମେତ ସଦସ୍ୟ ମନୋଜ ସାହୁ, ରାଧାନାଥ ପାଣିଗ୍ରାହୀ, ହରପ୍ରସାଦ ସାହୁ, ବସନ୍ତ ଧରୁଆ, ଜିତେନ୍ଦ୍ର ନାଏକ, ଦୁର୍ବା ସାହୁ, ଅକ୍ଷୟ ସାହୁ, ଦୁତିଆ ସାହୁ, କ୍ଷେଦୁ ସାହୁ, ମୋତି ସାହୁ, ମେଘ, ଗୁପ୍ତେ, ସନ୍ତୋଷ, ପିଙ୍କୁ ଓ ଭିକାରୀ ପ୍ରମୁଖ ସହଯୋଗ କରିଥିଲେ।

ରୁପ୍ରା, ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ମହାଗୌରୀ

Sunil Chandra Nayak

ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା , ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା 

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅନ୍ଧାର

Leave a Comment

error: Content is protected !!