ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦ୍ କୀ ଅମୃତ ମହୋତ୍ସବ୍ ଉପଲକ୍ଷେ ସାଇକେଲ ରାଲି ଅନୁଷ୍ଠିତ 

ରୁପ୍ରା, ୧୭/୮ (ମନିସ) : ସାରା ଭାରତ ବର୍ଷରେ ୭୫ ବର୍ଷ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଦେଶ ଆଜାଦ୍ କୀ ଅମୃତ୍ ମହୋତ୍ସବ୍ ପାଳନ କରୁଅଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଏଭରେଷ୍ଟ ବିଜେତା ଯୋଗବ୍ଯାସ ଭୋଇ ଏବଂ ଖେଳ ଶିକ୍ଷକ ପାର୍ଥ ମୋହନ ପ୍ରଧାନୀଙ୍କ ନେତୃତ୍ବରେ ଆଜି ପୂର୍ବାହ୍ନରେ ୪୦ ଜଣ ଛାତ୍ରଛାତ୍ରୀଙ୍କର ଏକ ସାଇକେଲ ରାଲି ବିଦ୍ୟାଳୟରୁ ବାହାରି ରୁପ୍ରା ଗ୍ରାମର ହାଇସ୍କୁଲ ଛକ, ବ୍ଯାଙ୍କ ଛକ, ଜଗନ୍ନାଥ ମନ୍ଦିର ଛକ, ଧରଣୀ ଛକ, ତ୍ରୀନାଥ ମନ୍ଦିର ଛକ, ଅହିଂସା ଛକ ଓ ଭାଲୁକଟା ଛକ ଦେଇ ବଜାର ପଡିଆ ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚି ଯାତ୍ରା ଶେଷ ହୋଇଥିଲା। ଯାହାକି ଛାତ୍ରଛାତ୍ରୀମାନେ ହାରାହାରୀ ୪ କି:ମି: ସାଇକେଲ ଯାତ୍ରା କରିବା ସହିତ ହର୍ ଘର୍ ତ୍ରିରଙ୍ଗା, ଭାରତ ମାତା ତଥା ଆଜାଦ୍ କୀ ଅମୃତ୍ ମହୋତ୍ସବ ସଂର୍ପକିତ ସ୍ଲୋଗାନ ଦେଇଥିଲେ। ପ୍ରକାଶଥାଉକି ଏହି ସାଇକେଲ୍ ଯାତ୍ରା ୭୬ ତମ ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ପ୍ରବଳ ବର୍ଷା ପାଇଁ ସ୍ଥଗିତ ରହିଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀ କମାଣ୍ଡର ମନସିନି ମାଝୀ, କିଶୋରୀ ଭୋଇ, ମାମୁନି ସେନାପତି ତଥା ଛାତ୍ର ଅଙ୍କୁସ ସାହୁ ସ୍ଲୋଗାନ୍ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ମହାପାତ୍ର, ମୌସୁମୀମାଳା ଚୌଧୁରୀ, ସହକାରୀ ଶିକ୍ଷକ ହେମନ୍ତ ସାହୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ଉତ୍ସାହିତ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଲୁହରେ ଲେଖୁଛି ଚିଠି 

Sunil Chandra Nayak

ନିଖୋଜ ଯୁବକ ଙ୍କ ଗଳିତ ଶବ ଜଙ୍ଗଲ ମଧ୍ୟରେ ଠାବ, ସନ୍ଧାନୀ କୁକୁର ଦ୍ୱାରା ମୃତ ଶବ କୁ ଠାବ କଲା ପୋଲିସ

Sunil Chandra Nayak

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

Sunil Chandra Nayak

Leave a Comment

error: Content is protected !!