ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୃଦ୍ଧ ଙ୍କ ଆତ୍ମହତ୍ୟ

ଡାବୁଗାଁ, ୧୭/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମୁଦିଗୁଡା ଗ୍ରାମ ପାଖ ମକା କ୍ଷେତରେ ଥିବା ଏକ ଗଛ ରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଜଟିଆଗୁଡା ଗ୍ରାମର ରୂପଧର ନାୟକ (୬୫) ମଙ୍ଗଳବାର ସନ୍ଧ୍ୟାରେ ଘରୁ ବାହାରି କେଉଁ ଆଡେ ଚାଲି ଯାଇଥିଲେ | ରାତି ପର୍ଯ୍ୟନ୍ତ ଘର ଲୋକ ମାନେ ଖୋଜ ଖୋଜି କରିଥିଲେ କିନ୍ତୁ ପାଇନଥିଲେ | ରୂପଧର ମୁଦିଗୁଡା ଗ୍ରାମ ପାଖରେ ଥିବା ମକା କ୍ଷେତରେ ଏକ ଜଡି ଗଛରେ ନିଜର ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ବୁଢାବର ସକାଳେ ମକା କ୍ଷେତକୁ ଯାଉଥିବା ଲୋକେ ଦେଖି ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଯାଇ ଦେଖିଥିଲେ ଯେ ରୂପଧର ଆତ୍ମହତ୍ୟା କରିଛନ୍ତି | ଏନେଇ ମୃତକ ର ପୁଅ କୈଳାସ ନାୟକ ଆସି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ମେନକା ସା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ମୃତକ ଜଣଙ୍କ ମାନସିକ ବିକୃତ ଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି | ଏନେଇ ଥାନା କେସ ନଂ ୨୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ଶ୍ରୀ ସଂଜୀବ କୁମାର ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯାଇଥିଲି ଦିନେ ଯାତରା‌ ଦେଖି 

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

Leave a Comment

error: Content is protected !!